Masthead

ଅମାନିଆ ଠିକାଦାର! ତାଗିଦ ପରେ ବି ମାନୁନାହାନ୍ତି ପ୍ରଶାସନର ନିର୍ଦ୍ଦେଶ

କୋଣାର୍କ (ବଡ଼ ଖବର ବ୍ୟୁରୋ): କୋଣାର୍କ ସହର ତଥା କୋଣାର୍କ ସୂର୍ଯ୍ୟ ମନ୍ଦିରର ପାରିପାର୍ଶ୍ୱକ ବିକାଶ ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି ସତ, କିନ୍ତୁ ବିକାଶ ଆଳରେ ବର୍ତମାନ ବିନାଶ ଆଡକୁ ଠେଲି ହୋଇଯାଇଛି ବ୍ଲାକ ପାଗୋଡା । ସୂର୍ଯ୍ୟ ମନ୍ଦିରର ପଛ ପାର୍ଶ୍ୱ ଦେଇ ପୁରୀ ଠାରୁ ଭୁବନେଶ୍ୱରକୁ ସଂଯୋଗ କରିବା ପାଇଁ ନିର୍ମାଣ ହେଉଛି ୨ ଲେନ ବିଶିଷ୍ଟ ମୁଖ୍ୟ ରାସ୍ତା, କିନ୍ତୁ ରାସ୍ତା ନିର୍ମାଣରେ ବାଲିର ଆବଶ୍ୟକତା ଥିବାରୁ ଠିକାଦାର ସୂର୍ଯ୍ୟ ମନ୍ଦିର ପଛ ପାର୍ଶ୍ୱରେ ଥିବା ତଥା ସୂର୍ଯ୍ୟ ମନ୍ଦିରର ସୁରକ୍ଷା କବଚ ସାଜିଥିବା ବହୁ ପ୍ରାଚୀନ ବାଲିବନ୍ତକୁ ଖୋଳି ସେଠାରେ ସୃଷ୍ଟି କରାଇଛି କୃତିମ ହ୍ରଦ ।

କାହିଁ କେଉଁ କାଳରୁ ଯେଉଁ ପୂରାତନ ବାଲି ବନ୍ତ ସୂର୍ଯ୍ୟ ମନ୍ଦିରକୁ ନାନା ପ୍ରାକୃତିକ ବିପର୍ୟୟ ତଥା ସମୁଦ୍ରର ଲୁଣି ପବନରୁ ଢାଲ ସାଜି ବଞ୍ଚାଉଥିଲା ଏହି ବାଲିବନ୍ତ ଏବେ ଉଭାନ ହେଇ ଯିବାରୁ ଏବେ ବିପଦ ମୁଁହରେ ବାରଶହ ବଢ଼େଇ ବାରବର୍ଷର ବାଳକ ଧରମା ଲାଙ୍ଗୁଳା ନରସିଂହ ଦେବଙ୍କ ସହ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଗାଥା ବହନ କରୁଥିବା ସେହି ସୂର୍ଯ୍ୟ ମନ୍ଦିର ଏବେ ବିପଦରେ । ସୂର୍ଯ୍ୟ ମନ୍ଦିର ପଛ ପାର୍ଶ୍ଵରୁ ଏହାର ସୁରକ୍ଷା କବଚକୁ ଖୁଲମ ଖୁଲା ଠିକା ସଂସ୍ଥା ବାଲି ବୁହାଇ ନେଉଥିବାର ଖବର ଗତ କିଛିଦିନ ତଳେ ବଡ ଖବରରେ ପ୍ରସାରଣ କରା ଯାଇଥିଲା ।

ଖବର ପ୍ରସାରଣ ପରେ ଆକ୍ସନ ମୁଡ଼କୁ ଆସିଥିଲା ପ୍ରଶାସନ । ପ୍ରଥମେ ତାଗିଦ କରି କାମ ବନ୍ଦ କରାଇବା ସହ ପୁନର୍ବାର ବାଲି ନଖୋଳିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜସ୍ୱ ନିରୀକ୍ଷକ । ହେଲେ ଅମାନିଆ ଠିକାଦାର ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରି ପୁନର୍ବାର ବାଲି ଖୋଳେଇବାରୁ ବାଧ୍ୟ ହୋଇ ଠିକା ସଂସ୍ଥାର ଏକ ଜେସିବିକୁ ଜବତ କରିଥିଲା ପ୍ରଶାସନ।କିନ୍ତୁ ଆଜି ପୁନଃର୍ବାର ପ୍ରଶାସନର ନିର୍ଦ୍ଦେଶକୁ ଫୁ କରି ଖୁଲମ ଖୁଲା ବାଲି ବୁହାଉ ଥିବା ଖବର ପାଇ ଅତିରିକ୍ତ ତହସିଲଦାର ଓ ରାଜସ୍ୱ ନିରୀକ୍ଷକ ୩ ଟି ଜେସିବି ସହ ୫ ଟି ଟ୍ରାକ୍ଟର ଜବତ କରିଥିବା ସୂଚନା ମିଳିଛି । ତେବେ ପ୍ରଶାସନର ବାରମ୍ବାର ତାଗିଦ ପରେ ଠିକାଦାରଙ୍କ ଏତେ ସାହସ ଆସୁଛି କେଉଁଠୁ ? ଅନ୍ୟପକ୍ଷରେ ସୂର୍ଯ୍ୟ ମନ୍ଦିରର ସୌନ୍ଦର୍ୟ୍ୟକରଣ ନଷ୍ଟ କରୁଥିବା ତଥା ମନ୍ଦିର ପ୍ରତି ବିପଦ ସୃଷ୍ଟି ହେଉଥିବାରୁ ଏହାର ତୀବ୍ର ବିରୋଧ କରିଛନ୍ତି କୋଣାର୍କ ଅଞ୍ଚଳବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା