Masthead

ମହାଦେବଙ୍କ ଶୋଭାଯାତ୍ରା ବେଳେ କରେଣ୍ଟ ଲାଗି ୧୪ ଶିଶୁ ଗୁରୁତର

ରାଜସ୍ଥାନ (ବଡ଼ ଖବର ବ୍ୟୁରୋ): ଶିବରାତ୍ରି ଉତ୍ସବ ବେଳେ ରାଜସ୍ଥାନର କୋଟାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଶିବଙ୍କ ବରଯାତ୍ରୀ ବାହାରିବା ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାୟ ୧୪ ଜଣ ପିଲା ପୋଡ଼ି ହୋଇ ଯାଇଛନ୍ତି । ଲୋକମାନେ ତୁରନ୍ତ ପିଲାମାନଙ୍କୁ ଧରି ହସ୍ପିଟାଲ ଆଡ଼କୁ ଦୌଡ଼ିଥିଲେ । ଆହତ ସମସ୍ତ ପିଲାଙ୍କୁ ଚିକିତ୍ସା ପାଇଁ ଏମ୍‌ବିଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେମାନଙ୍କୁ ଭେଟିବା ପାଇଁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଓ ଶକ୍ତି ମନ୍ତ୍ରୀ ହୀରାଲାଲ ନାଗର ମଧ୍ୟ ପହଞ୍ଚିଛନ୍ତି । କୋଟାର ଏସ୍‌ପି (ସିଟି) ଅମୃତା ଧଓ୍ଵନ କହିଛନ୍ତି ଯେ ମଧ୍ୟାହ୍ନ ପାଖାପାଖି ୧୨ଟା ବେଳେ ଏହି ଘଟଣା ଘଟିଥିଲା । କିଛି ଲୋକ କଳସରେ ପାଣି ଭରିବା ପାଇଁ ଏକତ୍ରିତ ହୋଇଥିଲେ । ଏହି ଗୋଷ୍ଠୀରେ ୨୦ରୁ ୨୫ ଜଣ ପିଲାଙ୍କ ସହ ମହିଳା ଏବଂ ପୁରୁଷ ସାମିଲ ଥିଲେ ।

ସେମାନଙ୍କ ମଧ୍ୟରୁ ଜଣେ ପିଲା ହାତରେ ୨୦-୨୨ ଫୁଟ୍‌ ଲମ୍ବାର ଲୁହା ପାଇପ୍‌ ଥିଲା, ଯାହାକି, ଉପର ଦେଇ ଯାଇଥିବା ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ତାରରେ ମାଡ଼ ହୋଇଯାଇଥିଲା । ଫଳରେ ଏଥିରୁ କରେଣ୍ଟ୍‌ ଚାରିଆଡ଼େ ବ୍ୟାପି ଯାଇଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଅନ୍ୟ ପିଲାମାନେ ମଧ୍ୟ କରେଣ୍ଟ୍‌ ସଂସ୍ପର୍ଶରେ ଆସି ଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ