ଅମିତ ମିସ୍ତ୍ରୀଙ୍କ ପରଲୋକ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡ ପାଇ ଏକ ଦୁଃଖଦ ଖବର । ଆଖିବୁଜିଲେ ବଲିଉଡ ଅଭିନେତା ଅମିତ ମିସ୍ତ୍ରୀ। ହୃଦଘାତରେ ଅଭିନେତାଙ୍କ ମୃତ୍ୟୁ ଘଟିଛି।  ବଲିଉଡର  ଅନେକ ଫିଲ୍ମରେ ସେ ଅଭିନୟ କରିଆସିଛନ୍ତି । ‘ୟମଲା ପଗଲା ଦିଓ୍ୱାନା’, ‘ଏ ଜେଣ୍ଟେଲମ୍ୟାନ’ ଏବଂ ଅନେକ ଓ୍ୱେବ ସରିଜରେ ମଧ୍ୟ ଅଭିନୟ କରିଛନ୍ତି ଅମିତ ମିସ୍ତ୍ରୀ । ଗୁଜରାଟ ସିନେ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା ହୋଇପାରିଥିଲେ ।

ଲୋକପ୍ରିୟ ୱେବ୍ ସିରିଜ୍ ‘ବନ୍ଦିଶ ବନ୍ଦିତସ’ (Bandish Bandits) ଅଭିନୟ ପାଇଁ ସେ ଚର୍ଚ୍ଚାରେ ଥିଲେ। ଅମିତ ମିସ୍ତ୍ରୀ ‘କ୍ୟା କେହନା’, ‘ଏକ ଚାଲିସ୍ କି ଆଖରି ଲୋକାଲ୍‘, ୯୯, ଶୋର ଇନ୍ ଦ ସିଟି, ୟାମଲା ପାଗଲା ଦୀୱାନା, ଓ୍ୱେ ୟାର୍, ଏ ଜେଣ୍ଟେଲମ୍ୟାନ ଏବଂ ୱେବ୍ ସିରିଜ୍ ବନ୍ଦିଶ ବନ୍ଦିତସରେ ଅଭିନୟ କରିଥିଲେ । ଅମିତଙ୍କ ବିୟୋଗରେ ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି। ବଲିଉଡ ଅଭିନେତ୍ରୀ ଟିସ୍କା ଚୋପ୍ରା ଟ୍ୱିଟ କରି ଶୋକ ପ୍ରକାଶ କରିବା ସହିତ ଅମିତଙ୍କ ବାବଦରେ ଉଲ୍ଲେଖ କରିଛନ୍ତି। ଅମିତ ଜଣେ ଭଲ ମଣିଷ ଥିଲେ, ସବୁବେଳେ ଶାନ୍ତ ରହୁଥିଲେ ବୋଲି ସେ କହିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ