Masthead

ଜାଣନ୍ତୁ ଅମୃତ ଡାଏରୀ ଫାର୍ମ ହାଉସ ଡ୍ରାଇଭରଙ୍କ ମୃତ୍ୟୁ ପୂର୍ବରୁ କଣ ଘଟିଥିଲା

ରଣପୁର, (ବଡ଼ ଖବର ବ୍ୟୁରୋ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଥାନା ରାଇପଡ଼ାସ୍ଥିତ ଅମୃତ ଡାଏରୀ ଫାର୍ମ ହାଉସର ଡ୍ରାଇଭର ଶ୍ରୀନିବାସ ପ୍ରଧାନଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶ୍ରୀନିବାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଫାର୍ମ ହାଉସର ମାଲିକ ଓ ମ୍ୟାନେଜରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ରତାମାଟି ଗାଁ ଶ୍ରୀନିବାସ ପ୍ରଧାନଙ୍କ ସାନ ପୁଅ ସଞ୍ଜୟ କୁମାର ପ୍ରଧାନ (ବିଜୁ ) । ୫ ମାସ ହେବ ଅମୃତ ଡାଏରୀ ଫାର୍ମରେ ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଥିଲେ। ଗତ ସୋମବାର ଫାର୍ମ ମ୍ୟାନେଜରଙ୍କୁ ସାଙ୍ଗରେ ନେଇ ଭୁବନେଶ୍ୱର ଅଫିସକୁ ଯାଇଥିଲେ ବିଜୁ । ସେଦିନ ରାତିରେ ସେଠାରେ ରହିଥିଲେ । ମଙ୍ଗଳବାର ସକାଳେ ୬.୩୦ରେ ବିଜୁଙ୍କ ଦେହ ଖରାପ ଥିବା ମ୍ୟାନେଜର ଫୋନ କରି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ।

ପୁଅର ଦେହ ଖବର ପାଇ ପରିବାର ଲୋକେ ବ୍ୟସ୍ତ ବିବ୍ରତ ହୋଇ ଭୁବନେଶ୍ୱର ଅଫିସରେ ପହଞ୍ଚିଥିଲେ । ବିଜୁଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ମୃତଦେହ ତଳେ ଲାଗି ରହିଥିବା ଦେଖିବା ପରେ ବିଜୁଙ୍କୁ ହତ୍ୟା କରାଯାଇଥିବା ନେଇ ଚାନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । ଫାର୍ମର ମାଲିକ ଏବଂ ମ୍ୟାନେଜର ଷଡ଼ଯନ୍ତ୍ର କରି ଆମ ପୁଅକୁ ମାରି ଦେଇଛନ୍ତି ବୋଲି ମଧ୍ୟ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମୃତ ଶରୀରକୁ ଫାର୍ମ ସାମ୍ନାରେ ରଖି ଉପଯୁକ୍ତ ନ୍ୟାୟ ଦାବି କରିଥିଲେ ପରିବାର ଲୋକେ ।

ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପୂର୍ବ ସୂଚନା ଅନୁଯାୟୀ ଆଗରୁ ଉକ୍ତ ଫାର୍ମର ଦୁଇ ଜଣଙ୍କୁ ଏପରି ସନ୍ଦେହଜନକ ହତ୍ୟା କରାଯାଇଥିବା ଅଭିଯୋଗ ମଧ୍ୟ ଆସିଛି । ତେବେ ଏପରି ଘଟଣା ଘଟିବା ପଛରେ କିଛି ସୁଚିନ୍ତିତ ଷଡଯନ୍ତ୍ର ରହିଛି ନା ଅନ୍ୟ କୌଣସି କାରଣରୁ ଏପରି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟିଚାଲିଛି । ଯାହାକୁ ନେଇ ଅମୃତ ଡାଏରୀ ଫାର୍ମ ଉପରେ ସନ୍ଦେହ ବଢି ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି