Masthead

ଇ-ରିକ୍ସା ଚଲାଇ ଦିବ୍ୟାଙ୍ଗ ପିତାମାତାଙ୍କର ପେଟ ପସୁଛି ଆଠ ବର୍ଷର ବାଳକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାଧାରଣତଃ ପିଲାଙ୍କର ଭରଣପୋଷଣ ପିତାମାତା କରିଥାନ୍ତି । ପିଲାଙ୍କର ଉଜ୍ୱଳ ଭବିଷ୍ୟତ ପାଇଁ ମାଆ ହେଉ କିମ୍ବା ପିତା ଉଭୟ ଦିନରାତି ପରିଶ୍ରମ କରିଥାନ୍ତି । ଏପରି କିଛି ଘଟଣା ଘଟିବା କିଛି ନୂଆ କଥା ନୁହଁ । ହେଲେ ଛୋଟ ପିଲା ଜଣେ ପରିଶ୍ରମ କରି ନିଜ ଦିବ୍ୟାଙ୍ଗ ପିତାମାତାଙ୍କର ପେଟ ପୋଷିବା ଘଟଣା ସମ୍ପୂର୍ଣ୍ଣ ଅଲଗା । ଏପରି ଏକ ଘଟଣା ଦେଖିବା ପାଇଁ ମିଳିଛି ହାଇଦ୍ରାବାଦ ଠାରେ ।

ସାଧାରଣତଃ ସହର ଗୁଡିକରେ ଆଠ ବର୍ଷର ପିଲାମାନେ ଦ୍ୱିତୀୟ ଶ୍ରେଣୀରେ ପଢୁଛନ୍ତି । ଏବଂ ଗାଁ ଗୁଡିକରେ ଏହି ବର୍ଷର ପିଲାମାନେ ଖେଳକୁଦ କରୁଛନ୍ତି । କିନ୍ତୁ ହାଇଦ୍ରାବାଦର ଗୋପାଳ କୃଷ୍ଣଙ୍କ କଥା ଅଲଗା । ଆଠ ବର୍ଷ ବୟସରେ ନିଜ କାନ୍ଧରେ ପରିବାର ପ୍ରତିପୋଷଣ ଦାୟିତ୍ୱ ବହନ କରିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ତେବେ ଗୋପାଳଙ୍କୁ ଦିବ୍ୟାଙ୍ଗ ପିତାମାତା ଏବଂ ତିନି ଭାଇଭଉଣୀଙ୍କ ପେଟ ପୋଷିବାର ଦାୟିତ୍ୱ ରହିଛି । ପରିବାରର ପେଟ ପୋଷିବା ପାଇଁ ହାଇଦ୍ରାବାଦରେ ସେ ଇ-ରିକ୍ସା ଚଳାଳଉଥିବାର ଦେଖିବାକୁ ମିଳିଛି । ସ୍କୁଲ ଯିବା ସମୟରେ ପରିବାର କଥା ଚିନ୍ତା କରି ପରିଶ୍ରମ କରିବା ବାସ୍ତବରେ ସହଜ କଥା ନୁହଁ । ଅପରପକ୍ଷରେ କିଛିଦିନ ପୂର୍ବରୁ ଜଣେ ବ୍ୟକ୍ତି ସ୍କୁଲ ପୋଷାକରେ ଏକ ଛୋଟ ପିଲାକୁ ରାଜପଥରେ ଇ-ରିକ୍ସା ଚଳାଉଥିବାର ଦେଖିଥିଲେ ।

ସେ ତାଙ୍କ ସହ କଥା ହେବା ପରେ ଏକ ଭିଡିଓ କରିଥିଲେ । ସେତେବେଳେ ଗୋପାଳ ତାଙ୍କ ଇ-ରିକ୍ସାରେ ଦୁଇଜଣଙ୍କୁ କୌଣସି ସ୍ଥାନକୁ ନେଇ ଯାଉଥିଲେ । ଏଭିଡିଓଟିରେ ଆଠ ବର୍ଷ ଶିଶୁର କାହାଣୀ ଦେଖି ମିୟମ୍ରାଣ ହୋଇପଡିଥିଲେ ଜନତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ