ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉପରମୁହାଁ କରୋନା ଗ୍ରାଫ । ଧିରେ ଧିରେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଦୈନିକ ୩ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି । ଯେଉଁଥିରୁ ଦିଲ୍ଲୀ-ଏନସିଆରରୁ ଦୈନିକ ୫୦୦ କେସ୍ ବାହାରୁଥିବା ଜଣାପଡିଛି। ଯାହାକୁ ଆଖି ଆଗରେ ରଖି ବିଭିନ୍ନ ରାଜ୍ୟରେ କଟକଣା ଲାଗିବା ଆରମ୍ଭ ହୋଇଛି। ମହାରାଷ୍ଟ୍ରର ସତାରା ଜିଲ୍ଳାରେ ସମସ୍ତ ସରକାରୀ ଅଫିସ୍, କଲେଜ ଓ ବ୍ୟାଙ୍କ ଗୁଡିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
ସେହିପରି ତାମିଲନାଡୁ ସରକାର ଏପ୍ରିଲ୍ ୧ରୁ ହସ୍ପିଟାଲରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ହରିଆଣାରେ ୧୦୦ରୁ ଅଧିକ ଭିଡ଼ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ଏନେଇ ହରିଆଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କହିଛନ୍ତି, ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଦିଲ୍ଲୀରେ କିନ୍ତୁ ଏଯାବତ୍ କୌଣସି ନିଷ୍ପତ୍ତି ହୋଇନାହିଁ ।