Masthead

ବଢି ଚାଲିଛି ଆନ୍ଧ୍ରର ମନମାନି, କୋଟିଆ ସ୍କୁଲରୁ କାଟିଲା ବିଜୁଳି

କୋଟିଆ(ବଡ଼ ଖବର ବ୍ୟୁରୋ): ପଡ଼ୋଶୀଙ୍କ ଚକ୍ରାନ୍ତ ଯୋଗୁଁ ସଙ୍କୁଚିତ ହେବାରେ ଲାଗିଛି ଓଡ଼ିଶା ସୀମା । ଗଞାମ, ରାୟଗଡା, ଗଜପତି, କୋରାପୁଟ, ନୂଆପଡା, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ସୀମା ବିବାଦ ଥମିବାର ନାଁ ଧରୁନି । କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜ ନେଇ ପଡ଼ୋଶୀ ଆନ୍ଧ୍ର ସହ ବିବାଦ ଚରମ ସୀମାରେ ପହଞ୍ଚିଛି । କୋଟିଆ ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗିଥିବା ତାଡିବାଲାସାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତିଷ୍ଠା ହୋଇଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍କୁଲ । କିନ୍ତୁ ୨୦୧୮ ମସିହାରେ ଏହାକୁ ଆବାସିକ ସ୍କୁଲ ଭାବେ ସରକାର ଘୋଷଣା କରିଛନ୍ତି ।

ଏଠାରେ ନିର୍ମାଣ ହୋଇଥିବା ଛାତ୍ରାବାସ ଓ ସ୍କୁଲକୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା । ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧି ଓ ସଚେତନ ନାଗରିକ ମାନଙ୍କର ବାରମ୍ବାର ଦାବି ସତ୍ତ୍ୱେ ଓଡ଼ିଶା ସରକାର କେବଳ ବିଦ୍ୟୁତ ଖୁଣ୍ଟ ପୋତି ହାତ ଯୋଡି ବସି ଯାଇଥିଲେ । ଛାତ୍ରାବାସର ପିଲାଙ୍କ ସୁବିଧା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ମାଝୀ ସମସ୍ତ ଉଦ୍ୟମ କରି ଫେଲ ମାରିଥିଲେ । ବାଧ୍ୟ ହୋଇ ସେ ନିଜ ଘର ପାଇଁ ବିଜୁଳୀ ସଂଯୋଗ ଆଣିଥିଲେ । ପରେ ସେ ସ୍କୁଲକୁ ସଂଯୋଗ ଦେଇଥିଲେ । ଆନ୍ଧ୍ର ଅଧିକାରୀ ମାନେ ଏହା ଜାଣିବା ପରେ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ । ସ୍କୁଲକୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିବା ସହ ରାମଚନ୍ଦ୍ରଙ୍କୁ ୧୦ହଜାର ଟଙ୍କା ଜରିମାନା କରିଛନ୍ତି । ସ୍କୁଲ ଓ ଛାତ୍ରାବାସକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ସୋଲାର ଲାଇଟ ଆଉ କାମ କରୁନାହିଁ । ବ୍ୟାଟେରୀ ଅଚଳ ହୋଇ ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ