ବିନା ଭକ୍ତରେ ହେବ ଛତର ଯାତ୍ରା

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ଆସନ୍ତା ୧୩ ତାରିଖ ମା’ ମାଣିକେଶ୍ୱରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ କଟକଣା ପାଇଁ ଗତ ବର୍ଷ ଭଳି ବିନା ଭକ୍ତ ରେ ପାଳନ ହେବ ଛତର ଯାତ୍ରା । ଛତର ଯାତ୍ରା ଦିନ ଭବାନୀପାଟଣା ସହର ରେ ଲାଗୁ ହେବ ୧୪୪ ଧାରା । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ପାଇଁ ବିନା ଭକ୍ତ ରେ ପାଳନ ହେବ ମାଁ ମାଣିକେଶ୍ୱରୀ ଙ୍କ ଛତର ଯାତ୍ରା । ପ୍ରସାଶନ ଛତର ଯାତ୍ରା ପାଇଁ ଭବାନୀପାଟଣା ସହରରେ ୧୪୪ ଧାରା ଲାଗୁ ପାଇଁ ନିଷ୍ପତି ନେଇଥିବା ବେଳେ ଭକ୍ତ ଙ୍କ ମଧ୍ୟରେ ରହିଛି ଭିନ୍ନ ଭିନ୍ନ ମତ ।

ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ୱରୀ ଙ୍କ ମନ୍ଦିର ଠାରୁ ମା’ ଙ୍କ ଛତର ପ୍ରାତଃ ୫.୩୦ ମିନିଟ ରେ ବାହାରୀ ସହର ଉପକଣ୍ଠ ଜେନାଖାଲ କୁ ଯିବ ଏବଂ ସେଠାରୁ ମନ୍ଦିର କୁ ୮.୩୦ ପରେ ପ୍ରବେଶ କରିବାକୁ ସମୟ ନିର୍ଘଣ୍ଟ କରାଯାଇଛି । ମା’ ଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ କୁ ଛତର ଯାତ୍ରା କୁହାଯାଉଥିବା ବେଳେ ରାସ୍ତା ର ଉଭୟ ପାଶ୍ୱର୍ରେ ଲକ୍ଷ ଲକ୍ଷ ଭକ୍ତ ଙ୍କ ସମାଗମ ହୋଇଥାଏ । ହେଲେ କୋଭିଡ ସଂକ୍ରମଣ ଆଶଙ୍କା ପାଇଁ ଚଳିତ ବର୍ଷ ମଧ୍ୟ ବିନା ଭକ୍ତ ରେ ଛତର ଯାତ୍ରା ପାଳନ ପାଇଁ ପ୍ରସାଶନ ନିଷ୍ପତି ନେଇଛନ୍ତି ଯାହାକୁ ନେଇ ଭକ୍ତ ଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ରହିଛି ।

ମାଁ ମାଣିକେଶ୍ୱରୀ ଙ୍କ ଛତର ଯାତ୍ରାରେ କଳାହାଣ୍ଡି ସମେତ ଓଡ଼ିଶା ର ବିଭିନ୍ନ ଜିଲ୍ଲା ଓ ପଡୋଶୀ ଛତିଶଗଡରୁ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହୋଇଥାଏ । ଏବଂ ଛତରଯାତ୍ରା ସମୟ ରେ ମାନସିକ ଅନୁଯାୟୀ ଭକ୍ତଙ୍କ ସର୍ବଜନୀନ ପଶୁ ଓ ପକ୍ଷୀର ବଳିରେ ରାଜରାସ୍ତା ରକ୍ତ ରଞିତ ହୋଇଥାଏ । ହେଲେ କୋଭିଡ କଟକଣା ପାଇଁ ବିନା ଭକ୍ତ ରେ ଛତର ଯାତ୍ରା ହେଉଥିବାରୁ ଚଳିତ ବର୍ଷ ଭକ୍ତ ଘରେ ଘରେ ପୂଜା ଅର୍ଚ୍ଚନା କରିବାକୁ ପ୍ରସାଶନର କଟକଣା ମାନିବାକୁ ପ୍ରସ୍ତୁତ ରହିଥିଲେ ହେଁ ମାନସିକ ଅନୁଯାୟୀ ପଶୁ ବଳି ଦେବେ ବୋଲି ପ୍ରକାଶ କରୁଛନ୍ତି । ଏବଂ ବର୍ତମାନ ମାଣିକେଶ୍ୱରୀ ମନ୍ଦିର ପୀଠ ରେ ପ୍ରତ୍ୟେକ ଦିନ ବୋଦା, ଛେଳି , କୁକୁଡା ମାନସିକ ଅନୁଯାୟୀ ବଳି ଦେବା ଆରମ୍ଭ କଲେଣୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’