Masthead

ବିନା ଭକ୍ତରେ ହେବ ଛତର ଯାତ୍ରା

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ଆସନ୍ତା ୧୩ ତାରିଖ ମା’ ମାଣିକେଶ୍ୱରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ କଟକଣା ପାଇଁ ଗତ ବର୍ଷ ଭଳି ବିନା ଭକ୍ତ ରେ ପାଳନ ହେବ ଛତର ଯାତ୍ରା । ଛତର ଯାତ୍ରା ଦିନ ଭବାନୀପାଟଣା ସହର ରେ ଲାଗୁ ହେବ ୧୪୪ ଧାରା । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ପାଇଁ ବିନା ଭକ୍ତ ରେ ପାଳନ ହେବ ମାଁ ମାଣିକେଶ୍ୱରୀ ଙ୍କ ଛତର ଯାତ୍ରା । ପ୍ରସାଶନ ଛତର ଯାତ୍ରା ପାଇଁ ଭବାନୀପାଟଣା ସହରରେ ୧୪୪ ଧାରା ଲାଗୁ ପାଇଁ ନିଷ୍ପତି ନେଇଥିବା ବେଳେ ଭକ୍ତ ଙ୍କ ମଧ୍ୟରେ ରହିଛି ଭିନ୍ନ ଭିନ୍ନ ମତ ।

ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ୱରୀ ଙ୍କ ମନ୍ଦିର ଠାରୁ ମା’ ଙ୍କ ଛତର ପ୍ରାତଃ ୫.୩୦ ମିନିଟ ରେ ବାହାରୀ ସହର ଉପକଣ୍ଠ ଜେନାଖାଲ କୁ ଯିବ ଏବଂ ସେଠାରୁ ମନ୍ଦିର କୁ ୮.୩୦ ପରେ ପ୍ରବେଶ କରିବାକୁ ସମୟ ନିର୍ଘଣ୍ଟ କରାଯାଇଛି । ମା’ ଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ କୁ ଛତର ଯାତ୍ରା କୁହାଯାଉଥିବା ବେଳେ ରାସ୍ତା ର ଉଭୟ ପାଶ୍ୱର୍ରେ ଲକ୍ଷ ଲକ୍ଷ ଭକ୍ତ ଙ୍କ ସମାଗମ ହୋଇଥାଏ । ହେଲେ କୋଭିଡ ସଂକ୍ରମଣ ଆଶଙ୍କା ପାଇଁ ଚଳିତ ବର୍ଷ ମଧ୍ୟ ବିନା ଭକ୍ତ ରେ ଛତର ଯାତ୍ରା ପାଳନ ପାଇଁ ପ୍ରସାଶନ ନିଷ୍ପତି ନେଇଛନ୍ତି ଯାହାକୁ ନେଇ ଭକ୍ତ ଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ରହିଛି ।

ମାଁ ମାଣିକେଶ୍ୱରୀ ଙ୍କ ଛତର ଯାତ୍ରାରେ କଳାହାଣ୍ଡି ସମେତ ଓଡ଼ିଶା ର ବିଭିନ୍ନ ଜିଲ୍ଲା ଓ ପଡୋଶୀ ଛତିଶଗଡରୁ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହୋଇଥାଏ । ଏବଂ ଛତରଯାତ୍ରା ସମୟ ରେ ମାନସିକ ଅନୁଯାୟୀ ଭକ୍ତଙ୍କ ସର୍ବଜନୀନ ପଶୁ ଓ ପକ୍ଷୀର ବଳିରେ ରାଜରାସ୍ତା ରକ୍ତ ରଞିତ ହୋଇଥାଏ । ହେଲେ କୋଭିଡ କଟକଣା ପାଇଁ ବିନା ଭକ୍ତ ରେ ଛତର ଯାତ୍ରା ହେଉଥିବାରୁ ଚଳିତ ବର୍ଷ ଭକ୍ତ ଘରେ ଘରେ ପୂଜା ଅର୍ଚ୍ଚନା କରିବାକୁ ପ୍ରସାଶନର କଟକଣା ମାନିବାକୁ ପ୍ରସ୍ତୁତ ରହିଥିଲେ ହେଁ ମାନସିକ ଅନୁଯାୟୀ ପଶୁ ବଳି ଦେବେ ବୋଲି ପ୍ରକାଶ କରୁଛନ୍ତି । ଏବଂ ବର୍ତମାନ ମାଣିକେଶ୍ୱରୀ ମନ୍ଦିର ପୀଠ ରେ ପ୍ରତ୍ୟେକ ଦିନ ବୋଦା, ଛେଳି , କୁକୁଡା ମାନସିକ ଅନୁଯାୟୀ ବଳି ଦେବା ଆରମ୍ଭ କଲେଣୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ