Masthead

ସୁଦାନ ସଂଘର୍ଷ, ମୃତ୍ୟୁସଂଖ୍ୟା ୨୦୦କୁ ବୃଦ୍ଧି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୪ ଦିନ ହେଲା ସୁଦାନରେ ସେନା ଜେନେରାଲ ଓ ଅର୍ଦ୍ଧସାମରିକ ବଳ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ । ଗୁଳି ବିନିୟମ ଜାରି ରହିଥିବା ଦେଖି ରାଜଧାନୀ ଖାର୍ତୁମ ସମେତ ଦେଶର ବିଭିନ୍ନ ଭାଗରେ ଲକ୍ଷ ଲକ୍ଷ ଲୋକ ଘରୁ ବାହାରୁ ନାହାନ୍ତି। ସୋମବାର ଆମେରିକୀୟ ଦୂତାବାସର ସୁରକ୍ଷା ଗାଡ଼ି ଓ ୟୁରୋପୀୟ ସଂଘ (ଇୟୁ) ପ୍ରତିନିଧିଙ୍କ ଘରକୁ ଟାର୍ଗେଟ କରାଯାଇଥିଲା।

ସୁଦାନକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଚାଲିଥିବା ଏହି ସଂଘର୍ଷରେ କେତେଜଣ ଭାରତୀୟଙ୍କ ସମେତ ପ୍ରାୟ ୨୦୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଏହାସତ୍ତ୍ୱେ ସେନା ମୁଖ୍ୟାଳୟ ଓ ଏୟାରପୋର୍ଟ ସମେତ କେତେକ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ଶନିବାର ସଂଘର୍ଷ ଆରମ୍ଭ ହେବା ପରଠୁ ଅଦ୍ୟାବଧି ୨୦୦ରୁ ଊର୍ଦ୍ଧ୍ୱ ନିହତ ହୋଇଥିବାବେଳେ ୧,୮୦୦ରୁ ଅଧିକ ଆହତ ହେଲେଣି। ପ୍ରକୃତ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ