Masthead

କୋରାପୁଟ ପରେ ଗଞ୍ଜାମ ଉପରେ ଏବେ ଆନ୍ଧ୍ରର ଆଖି

ପ୍ରତିବାତ ତ ଦୂରର କଥା, ଏହାର ଟେର୍ ବି ଓଡିଶା ପ୍ରଶାସନ ପାଖେ ନାହିଁ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ ଚାଲିଛି ଚର୍ଚ୍ଚା । ଆଉ ଏପଟେ ବଡ଼ ଖବର ହାତରେ ଲାଗିଛି ସାଂଘାତିକ ତଥ୍ୟ । ଖାଲି କୋରାପୁଟ ନୁହେଁ, ଗଞ୍ଜାମ ଉପରେ ବି ଆନ୍ଧ୍ର ଆଖି ପକାଇଛି । ଖାଲି କୋରାପୁଟର କୋଟିଆ ନୁହେଁ, ଗଞ୍ଜାମର ଦୁଇ ପଞ୍ଚାୟତରେ ବି ଆସନ୍ତା ୧୩ରେ ନିର୍ବାଚନ କରିବାକୁ ଯାଉଛି ଆନ୍ଧ୍ର । ପାତ୍ରପୁର ବ୍ଲକର ତୁମ୍ବା ଓ ବୁରାତୋଲ ପଞ୍ଚାୟତରେ ଲାଗିଛି ଆନ୍ଧ୍ର ବିଜ୍ଞପ୍ତି । ଦୁଇ ପଞ୍ଚାୟତରେ ସରପଞ୍ଚ ସହ କୁଲାଡି, ସତକୋରି, ବାବନସାହି, ଗୁଡିଖୋଳା ଓ ବୁରାତାଲଲ ଗାଁରେ ଚାଲିଛି ଭୋଟ୍ ପ୍ରକ୍ରିୟା । ତେବେ କେବଳ କୁଲାଡି ଗାଁରେ ୱାର୍ଡମେମ୍ବର ପାଇଁ ସାବିତ୍ରୀ ଶବର ନାମାଙ୍କନ ଭରିଛନ୍ତି । ପାତ୍ରପୁର ବ୍ଲକର ଏହି ପଞ୍ଚାୟତକୁ ଆନ୍ଧ୍ର ମଞ୍ଜୁଶା ମଣ୍ଡଳର ବୋଲି ଦର୍ଶଉଛି । ଖାଲି ଦର୍ଶଉନି, ସେଠି ଭୋଟ କରିବ ବୋଲି ବ୍ୟବସ୍ଥା କରିଛି । ମାନେ କୋରାପୁଟର କୋଟିଆ ପରେ ଗଞ୍ଜାମରେ ବି ଆନ୍ଧ୍ର ଷଡଯନ୍ତ୍ରର ଜାଲ ବିଛାଇଛି । ହେଲେ ବିଡମ୍ବନାର କଥା ଏହାର ପ୍ରତିବାତ ତ ଦୂରର କଥା, ଏହାର ଟେର୍ ବି ଓଡିଶା ପ୍ରଶାସନ ପାଖେ ନାହିଁ ।

ଫେବ୍ରୁଆରୀ ୧୩ରେ ଆନ୍ଧ୍ର ସେଠି ଭୋଟ୍ ପକାଇବ । ଓଡିଶା ସରକାର କିନ୍ତୁ ଚୁପ୍ ହୋଇ ବସିଛନ୍ତି । ଗଞ୍ଜାମ ହେଉଛିି, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା । ସେଠି ବି ଆନ୍ଧ୍ର ନିଜର ଦାଦାଗିରି ଦେଖାଉଛି । କୋରାପୁଟକୁ ନେଇ ଚର୍ଚ୍ଚା ହେଉଛି । ଏଠି ଗଞ୍ଜାମରେ ବି ଏକା ସ୍ଥିତି । ସରକାରଙ୍କ ଆଗରେ ବଡ଼ ଖବର ତଥ୍ୟ ରଖିଛି । ଏବେ ସରକାର ଏ ନେଇ ପଦକ୍ଷେପ ନେବା ଦରକାର । ପଡୋଶୀ ରାଜ୍ୟର ଏ ଭୟଙ୍କର ଷଡଯନ୍ତ୍ରକୁ ବନ୍ଦ ହେବା ଦରକାର । କୋଟିଆ ହେଉ କି ତୁମ୍ବା, ବୁରାତଲ ତାହା ଓଡିଶାର । କେବଳ ଓଡିଶାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ