ଆନ୍ଧ୍ରପ୍ରଦେଶ ଲୋକସଭା ଓ ବିଧାନସଭା ଆସନରେ ଆଗେଇ ଚାଲିଛି ଟିଡିପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚାଲିଛି ଭୋଟ ଗଣତି । ଆନ୍ଧ୍ରପ୍ରଦେଶ ଲୋକସଭା ଓ ବିଧାନସଭା ପାଇଁ ଆଜି ଚାଲିଛି ଗଣତି। ସକାଳ ୯ଟା ଗଣତି ସୁଦ୍ଧା ତେଲୁଗ ଦେଶମ ପାର୍ଟି ଆଗେଇ ଚାଲିଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି। ଟିଡିପି ବିଧାନସଭା ପ୍ରାର୍ଥୀ ଜି ବୁଚ୍ଚାହି ଆଗେଇ ଚାଲିଛନ୍ତି। ସେ ରାଜହମୁନ୍ଦ୍ରୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ଲୋକସଭା ଆସନରେ ମଧ୍ୟ ଆଗରେ ରହିଛି ଟିଡିପି। ଦଳ ୯ଟି ଆସନରେ ଆଗେଇ ଚାଲିଥିବା ବେଳେ ୱାଇଏସଆର କଂଗ୍ରେସ ତିନୋଟି ଆସନରେ ଆଗରେ ରହିଛି। ଆନ୍ଧ୍ରପ୍ରଦେଶର ୨୫ ଲୋକସଭା ଓ ୧୭୫ଟି ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ହେଉଛି। ରାଜ୍ୟରେ ଶାସକ ୱାଇଏସଆର କଂଗ୍ରେସ ଏବଂ ଟିଡିପି-ବିଜେପି-ଜେଏସପି ମିଳିତ ମଞ୍ଚ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏଥର ୱାଇଏସଆର କଂଗ୍ରେସ ସତ୍ତାରେ ରହିବା ନା ଗାଦିଚ୍ୟୁତ ହେବ, ତା ଉପରେ ନଜର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ