Masthead

ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ

ବାଂଶପାଳ (ବଡ଼ ଖବର ବ୍ୟୁରୋ): ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ । କେନ୍ଦୁଝରିଆ ଝିଅ ମଥାର ସୁନ୍ଦୁରଙ୍କ ମୃତ୍ୟୁ । ବନ ବିଭାଗର ଖାମଖିଆଲ ନୀତି ପାଇଁ ଗଲା ଜୀବନ । ସପ୍ତାହ ମଧ୍ୟରେ ହେଲାଣି ୨ ଜଣଙ୍କ ମୃତ୍ୟୁ । ଗତ ଦୁଇ ତାରିଖ ଶନିବାର ଏହି ବନଖଣ୍ଡ ବିଜେପି ରେଞ୍ଜ ଶୁଆକାଟି ସେକ୍ସନ ତରମାକାନ୍ତ ବିଟ ଟଣ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ଦେବାଦୀ ବାରିକ୍ ନିଜ ଫସଲ ରକ୍ଷା କରିବାକୁ ଯାଇ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସ୍ୱାମୀର ମୃତ୍ୟୁ ଖବର ଶୁଣି ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ । ଏବେ ବି ସେ କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ଲଢେଇ କରୁଛନ୍ତି । ତାଙ୍କର ମଧ୍ୟ ବଞ୍ଚିବା ଆଶା ଖୁବ୍ କମ୍ ରହିଛି । ସେ ଘଟଣା ନ ନିଭୁନୁ ଏବେ ପୁଣି ସେଇ ଅଂଚଳରେ ଦେଖିବାକୁ ମିଳିଛି ଆଉ ଗୋଟିଏ ହୃଦୟ ବିଦାରକ ଘଟଣାା ଗତକାଲି ଅଡାଳ ଗ୍ରାମରୁ ୨୭ ବର୍ଷୀୟ ଯୁବକ ପର୍ଶୁ ମୁଣ୍ଡା ତାଙ୍କ ସ୍ତ୍ରୀ, ୯ ମାସର ଝିଅ, ଶାଳୀ, ରାକ୍ଷୀ ପୂର୍ଣ୍ଣିମା ମନେଇବାକୁ ଜଳଡିହ ଗାଁ ମାଣିକସାହି ସମ୍ପର୍କୀୟ ଘରକୁ ଯାଇଥିଲେ ।

ପୁନେଇଁ ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ହଠାତ୍ ଦନ୍ତାହାତୀ ସୁନାଖନୀ ଜଙ୍ଗଲରୁ ବାହାରି ଆସି ପର୍ଶୁ ମୁଣ୍ଡାକୁ ପାଦରେ ଦଳି ମକଚି ଦେଇଥିଲା । ଫଳରେ ପର୍ଶୁଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଏବେ ସ୍ତ୍ରୀ ତିନୋଟି ଝିଅ ଗୋଟିଏ ପୁଅକୁ ନେଇ ଏତେ ଲମ୍ବା ବାଟ କିଭଳି ଅତିକ୍ରମ କରିବ ତାହା ଚିନ୍ତାର ବିଷୟ । ପର୍ଶୁଙ୍କ ମୃତ୍ୟୁକୁ ନେଇ ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଅଞ୍ଚଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ