Masthead

ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଉତ୍ତର ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଜି ସନ୍ଧ୍ୟା ସୁଦ୍ଧା ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଧୀରେ ଧୀରେ ଶକ୍ତିଶାଳୀ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିପାରେ। ସମ୍ଭାବ୍ୟ ଲଘୁଚାପକୁ ନେଇ ରାଜ୍ୟର ପାଣିପାଗ ଉପରେ ମଧ୍ୟ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଲଘୁଚାପର ପ୍ରଭାବରେ ଆସନ୍ତା ୨୪ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ କିଛି ଅଞ୍ଚଳରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି।

ଲଘୁଚାପର ପ୍ରଭାବରେ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବାର ପୂର୍ବାନୁମାନ ରହିଛି। IMDର ସେପ୍ଟେମ୍ବର ୧୯ ଚେତାବନୀ ଅନୁସାରେ ୨୨ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୨୩ ଓ ୨୪ ତାରିଖରେ ଅତିପ୍ରବଳ ବର୍ଷାର ଚେତାବନୀ ରହିଛି । ୨୨ ତାରିଖରେ ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମରେ ବିଜୁଳି ଘଡ଼ଘଡ଼ି ସହ ପବନ ହେବାର ସମ୍ଭାବନା ରହିଛି।

ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ହୋଇପାରେ। ୨୩ ତାରିଖରେ ମାଲକାନଗିରି ଓ କୋରାପୁଟରେ ଅତିପ୍ରବଳ ବର୍ଷା ଏବଂ ବାଲେଶ୍ୱର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।ଏବେ ଆଣ୍ଡାମାନ ସାଗରରେ ଥିବା ଘୂର୍ଣ୍ଣିବଳୟ ଉପରେ ପାଣିପାଗ ବିଭାଗର ନଜର ରହିଛି। ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରେ। ସେପଟେ ଯଦି ଏହା ଆଗକୁ ଶକ୍ତିଶାଳୀ ହୋଇ ବାତ୍ୟାର ରୂପ ନିଏ, ତେବେ ଏହାର ନାଁ ‘ଅର୍ଣ୍ଣବ’ ରଖାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବିନା ଅନୁମତିରେ ଗଛ କାଟିବା ପଡ଼ିଲା ଭାରି, ନିଲମ୍ବିତ ଫରେଷ୍ଟର 🔴 ୨୨ରୁ ରାଜ୍ୟରେ ପ୍ରବଳ ବର୍ଷା 🔴 ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍, ଥାନାରେ ଏତଲା 🔴 ଉତ୍କଳ ୟୁନିଭର୍ସିଟିର ପ୍ରଶ୍ନପତ୍ର ପ୍ରଘଟ,୧୦୦କୁ ୧୦୦ ମେଳ ଖାଇଲା ପ୍ରଶ୍ନପତ୍ର! 🔴 ମମତାଙ୍କୁ ମିଳିଲା ଫୁଟବଲ୍ ଖେଳାଳି ଚିହ୍ନ 🔴 ଦିଲ୍ଲୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ 🔴 କାଲି ରାତିରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବିନା ଅନୁମତିରେ ଗଛ କାଟିବା ପଡ଼ିଲା ଭାରି, ନିଲମ୍ବିତ ଫରେଷ୍ଟର 🔴 ୨୨ରୁ ରାଜ୍ୟରେ ପ୍ରବଳ ବର୍ଷା 🔴 ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍, ଥାନାରେ ଏତଲା 🔴 ଉତ୍କଳ ୟୁନିଭର୍ସିଟିର ପ୍ରଶ୍ନପତ୍ର ପ୍ରଘଟ,୧୦୦କୁ ୧୦୦ ମେଳ ଖାଇଲା ପ୍ରଶ୍ନପତ୍ର! 🔴 ମମତାଙ୍କୁ ମିଳିଲା ଫୁଟବଲ୍ ଖେଳାଳି ଚିହ୍ନ 🔴 ଦିଲ୍ଲୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ 🔴 କାଲି ରାତିରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ