Masthead

ସରିଲା ବିଜୁ ଲିଗାସି, ଏଣିକି ନବୀନ… ନବୀନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଜୁ ଲିଗାସି ଶେଷ । କାଲିଠୁ ଖାଲି ନବୀନ, ନବୀନ । ବିଜୁବାବୁଙ୍କ ଜୟନ୍ତୀରୁ ବିଜେଡିରେ ଆରମ୍ଭ ହେବାକୁ ଆଉ ଏକ ନୂଆ ଅଧ୍ୟାୟ । ୨୦୨୪ ନିର୍ବାଚନରେ ବିଜୁ ବ୍ରାଣ୍ଡ ନୁହେଁ, ବିଜେଡିର ନବୀନ ବ୍ରାଣ୍ଡ । ଆମେ ସଙ୍କଳ୍ପ ନେଇ ଗଢିବୁ ସଶକ୍ତ. ସ୍ୱାଭିମାନୀ ଓ ସମୃଦ୍ଧ ଓଡ଼ିଶା । ଏହା ଥିଲା ବିଜୁବାବୁଙ୍କ ସଙ୍କଳ୍ପ । ଏହି ସଙ୍କଳ୍ପ ନବୀନ ଓଡ଼ିଶାରେ ପ୍ରତିଫଳିତ ହେବ । ୯୦ ଦଶକରେ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ବିଜୁବାବୁ ରାଜ୍ୟବାସୀଙ୍କ ହୃଦୟ ଜିତିଥିଲେ ନବୀନ ଓଡ଼ିଶାରେ ତାହିଁ ହେବ ମୂଳ ମୁଦ୍ଦା ବୋଲି ବିଜେଡି ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି ।

ସେପଟେ ବିଜେଡିର ବ୍ରାଣ୍ଡ ନବୀନକୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବିଜେଡି ପ୍ରଧାନମନ୍ତ୍ରୀଙ୍କୁ ଫଲୋ କରୁଛି । ଆମର ଲକ୍ଷ୍ୟ ସବକା ସାଥ୍, ସବକା ବିଶ୍ୱାସ । ଏହାକୁ ଆଧାର କରି ଚାଲିଛୁ । ଗୋଟିଏ ପରେ ଗୋଟିଏ ରାଜ୍ୟରେ ସରକାର ଗଠନ କରନ୍ତୁ । ମୋଦିଙ୍କ ଲୋକ ଲୋକପ୍ରିୟତାରେ ବିଜେଡି ନର୍ଭସ । ସେଥିପାଇଁ ବ୍ରାଣ୍ଡିଙ୍ଗ, ରିବ୍ରାଣ୍ଡିଙ୍ଗ ଏବଂ ପ୍ୟାକେଜିଙ୍ଗ କରୁଛନ୍ତି । କିନ୍ତୁ ସେମାନେ ସବୁ କ୍ଷେତ୍ରରେ ଫେଲ ମାରିବେ ବୋଲି ଅପରାଜିତା କହିଛନ୍ତି । ତେଣେ କଂଗ୍ରେସ କଟାକ୍ଷ କରିଛି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ରାମାୟଣର ଭରତଙ୍କ କଠାଉ ପୂଜାର ଉପାଖ୍ୟାନ ଦେଇ ବିଜେଡିକୁ କଟୁ ସମାଲୋଚନା କରିଛନ୍ତି ।

ବିଜୁବାବୁ ଦେଖିଥିବା ସ୍ୱପ୍ନ ପୂରଣ କରିବାରେ ତାଙ୍କ ପୁଅ ନବୀନଙ୍କୁ ଲାଗିଲା ୨୩ ବର୍ଷ । ନବୀନ ଦେଖୁଥିବା ସ୍ୱପ୍ନ ପୂରଣ ପାଇଁ ତାଙ୍କ ରାଜନୈତିକ ଉତ୍ତରାଧିକାରୀଙ୍କୁ କେତେ ବର୍ଷ ଲାଗିବ? ଭୁବନେଶ୍ୱରରୁ ଭିଡିଓ ଜର୍ଣ୍ଣାଲିଷ୍ଟ ଗୁରୁପ୍ରସାଦଙ୍କ ସହ ପ୍ରଶାନ୍ତ ଦାସଙ୍କ ରିପୋର୍ଟ ବଡ଼ ଖବର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି