Masthead

ଆକ୍ରାନ୍ତ ପିଲାଙ୍କଠାରେ ଏମଆଇ ସିଣ୍ଟ୍ରୋମ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜଧାନୀରେ କିଛି ଶିଶୁ କରୋନାରେ ସଂକ୍ରମଣ ହେବାପରେ ମଲଟି ସିଷ୍ଟମ ଇନପ୍ଲାମେଟୋରି ସିଣ୍ଟ୍ରୋମ୍ ବା ଏମଆଇଏସରେ ଆକ୍ରାନ୍ତ ହୋଇଛନ୍ତି । ଏବେ ସମସ୍ତ ଶିଶୁ ଠିକ ଅଛନ୍ତି । ତେବେ କରୋନାର ଦ୍ୱିତୀୟ ଲହର ପରେ ଶିଶୁଙ୍କଠାରେ ଏମଆଇଏସ ଦେଖାଯାଉଥିବା ନେଇ ସରକାରୀ ଭାବେ ସୂଚନା ମିଳିଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରହୀ କହିଛନ୍ତି, ୦-୧୮ ବର୍ଷ ବୟସର ସଂକ୍ରମିତ ପିଲାଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କଠାରେ କୌଣସି ଲକ୍ଷଣ ନାହିଁ ।

୧୫ ପ୍ରତିଶତଙ୍କଠାରେ ସାମାନ୍ୟ ଲକ୍ଷଣ ଓ ବଳକା ୫ ପ୍ରତିଶତଙ୍କଠାରେ ଅଧିକ ଲକ୍ଷଣ ରହୁଛି । ସେହି ପିଲାମାନେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ହସ୍ପିଟାଲରେ ଭର୍ତ୍ତି ହେଉଥିବା ପିଲାଙ୍କ ମଧ୍ୟରୁ ୩ ପ୍ରତିଶତ ଅକ୍ସିଜେନ ସହାୟତାରେ ଠିକ ହେଇଯାଉଛନ୍ତି । ମାତ୍ର ୨ ପ୍ରତିଶତଙ୍କୁ ଆଇସିୟୁର ଆବଶ୍ୟକତା ପଢୁଛି । କୋଭିଡରୁ ସୁସ୍ଥ ହେବାର ୪-୬ ସପ୍ତାହ ଭିତରେ ପିଲା ଏଥିରେ ଆକ୍ରାନ୍ତ ହେଉଛନ୍ତି । ଆଖି, ପାଦ, ପାଟି ଲାଲ ପଡିବା ସହ ପତଳା ଝାଡ଼ା, ବାନ୍ତି, ପେଟ ଯନ୍ତ୍ରଣା ବି ହୋଇଥାଏ । ଧିରେ ଧିରେ ଶରୀରର ସବୁ ଅଙ୍ଗକୁ ସଂକ୍ରମିତ କରିଥାଏ । ଫଳରେ ଶରୀରରେ ଏମଆଇଏସ ହେବା ସହ ଶିଶୁଟି ଗୁରୁତର ହୋଇପଡ଼େ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’