Masthead

ସାମ୍ନାକୁ ଆସିଲା ଆଉ ଏକ କମଳା ରଙ୍ଗର ଚିଠି, ଜାଣନ୍ତୁ କାହିଁକି ଚିଠିରେ ଏମିତି ଲେଖିଥିଲେ ବିଦ୍ୟାଭାରତୀ

Another orange letter came up, find out why Vidya Bharati wrote in the letter.

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ ): ଏସିଏଫ ସୌମ୍ୟ ମୃତ୍ୟୁ ମାମଲା ଏବେ କୋର୍ଟରେ ପହଁଚିଛି । ଘଟଣାର ସିବିଆଇ ତଦନ୍ତ ଦାବିରେ କୋର୍ଟ ଯାଇଛି ଭାରତୀୟ ବିକାଶ ପରିଷଦ । ସେପଟେ ଆଜିବି ମିଳିଛି ଆଉ ଏକ କମଳା ରଙ୍କର ଚିଠି । ଯେଉଁଥିରେ କେବଳ ଘୃଣା ଭରି ରହିଛି । ଏସବୁ ଭିତରେ ଦିନକୁ ଦିନ ସୌମ୍ୟ ମୃତ୍ୟୁ ମାମଲା ଗୋଳିଆ ହେବାରେ ଲାଗିଛି ।

ସୌମ୍ୟଙ୍କୁ ମାରିଦେଲେ । ମିଳିମିଶି ମାରିଦେଲେ । କିଛି ଏମିତି ଅଭିଯୋଗ କରି ହାଇକୋର୍ଟ ଯାଇଛି ଭାରୀୟ ବିକାଶ ପରିଷଦ । ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ ଆସିଛି । ସୌମ୍ୟଙ୍କୁ ମର୍ଡର କରାଯାଇଛି ଓ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଭାରତୀୟ ବିକାଶ ପରିଷଦ । ଏନେଇ ପରିଷଦ ପକ୍ଷରୁ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଦ୍ଵାରା ହୋଇଥିବା ଏହି ମାମଲାରେ କେନ୍ଦ୍ର ଗୃହ ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଗଜପତି ସହ ପାରଳାଖେମୁଣ୍ଡି ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏହି ମାମଲାର ନିରେପକ୍ଷ ତଦନ୍ତ ପାଇଁ ଏହାକୁ ସିବିଆଇକୁ ହସ୍ତାନ୍ତର କରିବାକୁ କୋର୍ଟଙ୍କୁ ନିବଦେନ କରାଯାଇଛି ।

ସେପଟେ ସାମ୍ନାକୁ ଆସିଛି ଆଉ ଏକ ଚିଠି । କମଳା ରଙ୍ଗର ଏହି ଚିଠିରେ ନିଜ ହେଲପଲେସ ଲାଇଫ ବିଷୟରେ ଅନେକ କଥା ଲେଖିଛନ୍ତି ବିଦ୍ୟାଭାରତୀ । ଚିଠିରେ ବିଦ୍ୟାଭାରତୀ ଲେଖିଛନ୍ତି କି ଜୀବରେ କେବେ ନା କେବେ ସୁଖ ଆସିବ । ଯେତେ କଷ୍ଟ ଆସୁ କମ୍ପଲେନ କରିବା ବନ୍ଦ କରିଦେ । ଯେତେ କଷ୍ଟ ଅଛି ସବୁ ତତେ ହିଁ ଭୋଗିବାକୁ ପଡିବ । ମାଇଁ ଫ୍ୟୁଚର ଇନ ଡାର୍କ । ସବୁ ଚିଠିଭଳି ଏ ଚିଠିରେ ମଧ୍ୟ ଭରି ରହିଛି ଘୃଣା ଆଉ ଘୃଣା । ମନ ଭିତରେ ଥିବା ଅବଶୋସ, ବେଦନା ଓ ପ୍ରତିହିଂସାର ଛାପ ଲେଖାରୁ ସ୍ପଷ୍ଟ ବାରିହୋଇ ପଡୁଛି ।

ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପ୍ରତିଦିନ ଯୋଡି ହେଉଛି ନୂଆ ନୂଆ ଫର୍ଦ୍ଦ । ଗୋଟିଏ ପଟେ ଚିଠି ସଂଖ୍ୟ ବଢୁଛି ଅନ୍ୟପଟେ ଚିଠିରେ ଥିବା ନାଁକୁ ନେଇ ସନ୍ଦେହ ଅଧିକ ଘନିଭୂତ ହେଉଛି । ଏସବୁ ଭିତରେ ବିଦ୍ୟାଭାରତୀଙ୍କ ନିରବତା ଅନେକ ଅସମାହିତ ପ୍ରଶ୍ନ ଆଡକୁ ଅଙ୍ଗୁଳି ଦେଖାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା