ଏସପି ବୁଲିକି ଆସିଲେ… ବିଡିଓ କଥା ବୁଝିଲେ… ତଥାପି କାର୍ଯ୍ୟାନୁଷ୍ଠାନ ଶୂନ

କୋକସରା(ବଡ଼ ଖବର ବ୍ୟୁରୋ): ବନବାସୀଙ୍କୁ ବାଡ଼େଇଲେ ବିଜେଡି ନେତା । ଭାଇରାଲ ହେଲା ଦାଦାଗିରି ଭିଡିଓ । ଅନଶନରେ ବସିଲେ ଆଦିବାସୀ । ଏସପି ଯାଇ ବୁଲିକି ଆସିଲେ । ବିଡିଓ ଯାଇ କଥା ବୁଝିଲେ । ହେଲେ କାର୍ଯ୍ୟାନୁଷ୍ଠାନ ଶୂନ । ସରକାର ନିରବ । ଜିଲ୍ଲାରୁ ଆସୁଥିବା ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କ ମିଣ୍ର ନିରବ । ତାଙ୍କ ନିରବତାରୁ ଜଣା ପଡୁଛି ହେ ସେ ହିଁ ଗୁଣ୍ଡାଗର୍ନ୍ଦିକୁ ଦେଉଛନ୍ତି ପ୍ରୋତ୍ସାହନ ।

ବନବାସୀଙ୍କୁ ବାଡ଼େଇଲେ ବିଜେଡି ନେତା । ଭାଇରାଲ ହେଲା ଦାଦାଗିରି ଭିଡିଓ । ଅନଶନରେ ବସିଲେ ଆଦିବାସୀ । ଏସପି ଯାଇ ବୁଲିକି ଆସିଲେ । ବିଡିଓ ଯାଇ କଥା ବୁଝିଲେ । ହେଲେ କାର୍ଯ୍ୟାନୁଷ୍ଠାନ ଶୂନ । ସରକାର ନିରବ । ଅପରାଧୀ ବେଫିକର । ଏ କଥା ହେଉଛି କଳାହାଣ୍ଡି କୋକସରା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଭିତରେ ଡୁମେରପାଣି ଓ ଭତ୍ତାପାଣି ଗାଁର । ୨୮ ଦିନ ହେଲାଣି ଆଦିବାସୀ ଅନଶରେ ବସିଛନ୍ତି ସରକାର ଶୁଣୁନାହାନ୍ତି ଏମାନଙ୍କ କଥା ।

ନ୍ୟାୟ ପାଇଁ, ମାଟି ପାଇଁ, ମାଟିର ମଣିଷ ଆପଣାଇଛନ୍ତି ଆନ୍ଦୋଳନର ବାଟ । ହେଲେ ସବୁ ଜାଣି ପ୍ରଶାସନ ନିରବ । ପ୍ରଶାସନର କାନରେ ପଡୁନି ଏମାନଙ୍କ ଅଧିକାରର ସ୍ୱର । ଖାଲି ସରକାରୀ ବାବୁ ନୁହେଁ ଜନପ୍ରତିନିଧି ବି ନିରବ । କଳାହାଣ୍ଡି ଜିଲ୍ଲାରୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଛନ୍ତି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ସରକାରୀ ଦଳର ଯୁବ ଚେହେରା । ହାତରେ ଗୃହ ବିଭାଗ । କିନ୍ତୁ କ୍ୟାପଟେନଙ୍କ କାନରେ ଯେମିତି ପଡୁନି ନିଜ ଜିଲ୍ଲାର ନୀରିହ ବନବାସୀଙ୍କ ଆକୁଳ ନିବେଦନ । ୨୮ ଦିନର ଦିନର ଆନ୍ଦୋଳନ କିନ୍ତୁ କେହି ବି ଶୁଣୁନାହାନ୍ତି । ବନବାସୀଙ୍କ କଥା ଶୁଣୁ ନଥିବାରୁ ଏବେ ସନ୍ଦେହରେ ।

ସେ ଅଂଚଳର ନେତା କରୁଛନ୍ତି ଖୋଲାଖୋଲି ଗୁଣ୍ଣାଗର୍ଦ୍ଦି । ନିରିହ ଆଦିବାସୀଙ୍କ ଧମକାଉଛନ୍ତି । ଆଉ ଗୁଣ୍ଡାଗର୍ଦ୍ଦି ଦେଖି ଏସପି ମୁହଁରେ ତାଲା ମରି ବସିଛନ୍ତି । ଆଉ ସେଇ ଜିଲ୍ଲାରୁ ଆସୁଥିବା ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କ ମିଣ୍ର ନିରବ । ତାଙ୍କ ନିରବତାରୁ ଜଣା ପଡୁଛି ହେ ସେ ହିଁ ଗୁଣ୍ଡାଗର୍ନ୍ଦିକୁ ଦେଉଛନ୍ତି ପ୍ରୋତ୍ସାହନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!