Masthead

ଏସପି ବୁଲିକି ଆସିଲେ… ବିଡିଓ କଥା ବୁଝିଲେ… ତଥାପି କାର୍ଯ୍ୟାନୁଷ୍ଠାନ ଶୂନ

କୋକସରା(ବଡ଼ ଖବର ବ୍ୟୁରୋ): ବନବାସୀଙ୍କୁ ବାଡ଼େଇଲେ ବିଜେଡି ନେତା । ଭାଇରାଲ ହେଲା ଦାଦାଗିରି ଭିଡିଓ । ଅନଶନରେ ବସିଲେ ଆଦିବାସୀ । ଏସପି ଯାଇ ବୁଲିକି ଆସିଲେ । ବିଡିଓ ଯାଇ କଥା ବୁଝିଲେ । ହେଲେ କାର୍ଯ୍ୟାନୁଷ୍ଠାନ ଶୂନ । ସରକାର ନିରବ । ଜିଲ୍ଲାରୁ ଆସୁଥିବା ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କ ମିଣ୍ର ନିରବ । ତାଙ୍କ ନିରବତାରୁ ଜଣା ପଡୁଛି ହେ ସେ ହିଁ ଗୁଣ୍ଡାଗର୍ନ୍ଦିକୁ ଦେଉଛନ୍ତି ପ୍ରୋତ୍ସାହନ ।

ବନବାସୀଙ୍କୁ ବାଡ଼େଇଲେ ବିଜେଡି ନେତା । ଭାଇରାଲ ହେଲା ଦାଦାଗିରି ଭିଡିଓ । ଅନଶନରେ ବସିଲେ ଆଦିବାସୀ । ଏସପି ଯାଇ ବୁଲିକି ଆସିଲେ । ବିଡିଓ ଯାଇ କଥା ବୁଝିଲେ । ହେଲେ କାର୍ଯ୍ୟାନୁଷ୍ଠାନ ଶୂନ । ସରକାର ନିରବ । ଅପରାଧୀ ବେଫିକର । ଏ କଥା ହେଉଛି କଳାହାଣ୍ଡି କୋକସରା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଭିତରେ ଡୁମେରପାଣି ଓ ଭତ୍ତାପାଣି ଗାଁର । ୨୮ ଦିନ ହେଲାଣି ଆଦିବାସୀ ଅନଶରେ ବସିଛନ୍ତି ସରକାର ଶୁଣୁନାହାନ୍ତି ଏମାନଙ୍କ କଥା ।

ନ୍ୟାୟ ପାଇଁ, ମାଟି ପାଇଁ, ମାଟିର ମଣିଷ ଆପଣାଇଛନ୍ତି ଆନ୍ଦୋଳନର ବାଟ । ହେଲେ ସବୁ ଜାଣି ପ୍ରଶାସନ ନିରବ । ପ୍ରଶାସନର କାନରେ ପଡୁନି ଏମାନଙ୍କ ଅଧିକାରର ସ୍ୱର । ଖାଲି ସରକାରୀ ବାବୁ ନୁହେଁ ଜନପ୍ରତିନିଧି ବି ନିରବ । କଳାହାଣ୍ଡି ଜିଲ୍ଲାରୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଛନ୍ତି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ସରକାରୀ ଦଳର ଯୁବ ଚେହେରା । ହାତରେ ଗୃହ ବିଭାଗ । କିନ୍ତୁ କ୍ୟାପଟେନଙ୍କ କାନରେ ଯେମିତି ପଡୁନି ନିଜ ଜିଲ୍ଲାର ନୀରିହ ବନବାସୀଙ୍କ ଆକୁଳ ନିବେଦନ । ୨୮ ଦିନର ଦିନର ଆନ୍ଦୋଳନ କିନ୍ତୁ କେହି ବି ଶୁଣୁନାହାନ୍ତି । ବନବାସୀଙ୍କ କଥା ଶୁଣୁ ନଥିବାରୁ ଏବେ ସନ୍ଦେହରେ ।

ସେ ଅଂଚଳର ନେତା କରୁଛନ୍ତି ଖୋଲାଖୋଲି ଗୁଣ୍ଣାଗର୍ଦ୍ଦି । ନିରିହ ଆଦିବାସୀଙ୍କ ଧମକାଉଛନ୍ତି । ଆଉ ଗୁଣ୍ଡାଗର୍ଦ୍ଦି ଦେଖି ଏସପି ମୁହଁରେ ତାଲା ମରି ବସିଛନ୍ତି । ଆଉ ସେଇ ଜିଲ୍ଲାରୁ ଆସୁଥିବା ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କ ମିଣ୍ର ନିରବ । ତାଙ୍କ ନିରବତାରୁ ଜଣା ପଡୁଛି ହେ ସେ ହିଁ ଗୁଣ୍ଡାଗର୍ନ୍ଦିକୁ ଦେଉଛନ୍ତି ପ୍ରୋତ୍ସାହନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି