Masthead

ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ

ନୂଆ ଦିଲ୍ଲୀ (ବଡ଼ ଖବର ବ୍ୟୁରୋ):   ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ମୁହଁ ଖୋଲିଛନ୍ତି ବିବାଦରେ ଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଟେନିଙ୍କ ପୁଅ ଆଶିଷ । ଗତକାଲି ହୋଇଥିବା ଘଟଣାରେ ୪ ଜଣ ଚଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କ ପୁଅ କାରରେ ଆସି ୪ ଜଣଙ୍କ ଚାଷୀଙ୍କ ଉପରେ ଗାଡି ଚଢାଇ ହତ୍ୟା କରିଥିଲେ । ପରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ତେବେ ଏହି ହିଂସା କାଣ୍ଡରେ ଏବେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ହିଂସାକାଣ୍ଡ ବେଳେ ମୁଁ ସେଠାରେ ଉପସ୍ଥିତ ନଥିଲି । ମୁଁ ଉତ୍ତରପ୍ରଦେଶ ବାନବିରପୁରରେ ଗୋଟିଏ କାର୍ଯ୍ୟକ୍ରମରେ ରହିଥିଲି ।

ଖାଲି ଏତିକି ନୁହେଁ, ଲଖମିପୁର ଖେରି ଅଞ୍ଚଳ ଦେଇ ତାଙ୍କ କନଭୟ ଯାଉଥିବା ବେଳେ କିିଛି ଲୋକ ନିଜକୁ ଚାଷୀ ବୋଲି ପରିଚୟ ଦେଇଥିଲେ । ଆଉ ପରେ ତାଙ୍କ ଡ୍ରାଇଭର ଉପରକୁ ପଥରମାଡ କରିଥିଲେ । ଏହି ସମୟରେ ଗାଡିଟି ଗୋଟିଏ କଡକୁ ପଳାଇଯାଇଥିଲା । ଫଳରେ ପଥର ମାଡ କରୁଥିବା କିଛି ଲୋକଙ୍କ ଉପରେ ଗାଡି ଚଢିଯାଇଥିଲା । ପରେ କିଛି ଲୋକ ସେମାନଙ୍କ ଉପରକୁ ପଥର ଓ କାଠ ମାଡ କରିଥିଲେ । ଯେଉଁଥିରେ ଆମର ୪ରୁ ୫ ଜଣ ଲୋକ ପ୍ରାଣ ହରାଇଥିଲେ । ଆଶିଷଙ୍କ କହିବା ଅନୁଯାୟୀ ତାଙ୍କ କନଭୟ ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ମୋର୍ଯ୍ୟଙ୍କୁ ଆଣିବା ପାଇଁ ଯାଉଥିଲା । ତେବେ ବିଜେପି କର୍ମୀମାନଙ୍କ ଖଣ୍ଡା ଓ ଲାଠିରେ ଆକ୍ରମଣ କରାଯାଇଥିଲା । ଯେଉଁମାନେ ଏଭଳି ହିଂସାକାଣ୍ଡ ଘଟାଇଛନ୍ତି ସେମାନେ କେବେ ହେଲେ ଚାଷୀ ନୁହଁନ୍ତି ବୋଲି କହିଛନ୍ତି ଆଶିଷ ।

ସେପଟେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଗୋଟିଏ ବିବୃତି ଜାରି କରାଯାଇ ଘଟଣାକୁ ନିନ୍ଦା କରାଯାଇଛି । ଏହି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ସେମାନେ ଟିକୁନିଆ ଆସିବାକୁ ଥିବା ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ମୋର୍ଯ୍ୟଙ୍କୁ କଳା ପତାକା ଦେଖାଇବା ପାଇଁ ଏକାଠି ହୋଇଥିଲେ । ସୂଚନା ଅନୁଯାୟୀ ଟିକୁନିଆ ହେଉଛି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୈତୃକ ଗାଁ । ତେବେ କେଶବ ମୋର୍ଯ୍ୟଙ୍କୁ ଆଣିବା ପାଇଁ ଯାଉଥିବା କନଭୟ ଆଗରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହେଲେ ସେମାନଙ୍କ ଉପରେ ଗାଡି ଚଢାଇ ଦିଆଯାଇଥିଲା । ଫଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ