Before Header

ବଢ଼ୁଛି ମୃତ୍ୟୁ ସଂଖ୍ୟା କମୁଛି ଦୈନିକ ସଂକ୍ରମଣ

0 37

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବଢ଼ୁଛି ମୃତ୍ୟୁ ସଂଖ୍ୟ କମୁଚି ସଂକ୍ରମଣ । ଆଜି ରାଜ୍ୟରେ ରେକର୍ଡ଼ ସଂଖ୍ୟକ ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି କରୋନା । ରାଜ୍ୟରେ ସର୍ବାଧିକ ୩୪ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ସଂକ୍ରମଣ ମାମଲାକୁ ନେଇ ମଧ୍ୟ ଆସିଛି ଆସ୍ୱସ୍ଥିକର ଖବର । ୧୦ହଜାର ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୬ହଜାର ୭୩୬ଜଣ ସଂକ୍ରମିତ ଚିହ୍ନଟ ହୋିଥିବା ଜଣା ପଡ଼ିଛି । କ୍ୱାରେଣ୍ଟାଇନରୁ ୩୭୭୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ରହିଛି ୨୯୬୨ । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୭୮୮ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୨୦ ଓ ଖୋର୍ଦ୍ଧା ଜିଲ୍ଲାରୁ ୫୧୭ ଜଣ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲାରୁ ୭୧ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୪୦୫, ଭଦ୍ରକରୁ ୨୦୬, ବଲାଙ୍ଗିରରୁ ୧୪୪, ବୌଦ୍ଧରୁ ୨୬୨, କଟକରୁ ୩୬୨, ଦେବଗଡ଼ରୁ ୬୪, ଢେଙ୍କାନାଳରୁ ୧୭୮, ଗଜପତିରୁ ୮୦, ଗଞ୍ଜାମରୁ ୧୯୬, ଜଗତସିଂହପୁରରୁ ୧୦୬, ଯାଜପୁରରୁ ୩୭୪, ଝାରସୁଗୁଡ଼ାରୁ ୧୨୦, କଳାହାଣ୍ଡିରୁ ୨୪୧, କନ୍ଧମାଳରୁ ୮୫।

କେନ୍ଦ୍ରାପଡ଼ାରୁ ୨୪, କେନ୍ଦୁଝରରୁ ୨୪, କୋରାପୁଟରୁ ୨୧୯, ମାଲକାନଗିରିରୁ ୯୮, ମୟୂରଭଞ୍ଜରୁ ୩୪, ନବରଙ୍ଗପୁରରୁ ୨୮୨, ନୟାଗଡ଼ରୁ ୨୦୭, ନୂଆପଡ଼ାରୁ ୪୮, ପୁରୀରୁ ୨୬୫, ରାୟଗଡ଼ାରୁ ୧୨୩, ସମ୍ବଲପୁରରୁ ୩୦୯ ଓ ସୋନପୁର ଜିଲ୍ଲାରୁ ୮୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲରୁ ଆଉ ୧୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୨ ହଜାର ୭୩୯ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୨୩ ହଜାର ୬୨୮ ଜଣ ସୁସ୍ଥ ହୋଇସାରିଛନ୍ତି। ଲକ୍ଷେ ୬ ହଜାର ୪୪୦ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ସେପଟେ ମୃତକଙ୍କ ମଧ୍ୟରୁ ଅନୁଗୁଳରୁ ୫, କଳାହାଣ୍ଡି ଓ ଖୋର୍ଦ୍ଧାରୁ ୪ଜଣ, ସୁନ୍ଦରଗଡ଼ରୁ ୩ ଗଜପତିରୁ ଝାରସୁଗୁଡ଼ା, କେନ୍ଦ୍ରାପଡ଼ା,ନବରଙ୍ଗପୁର, ରାୟଗଡ଼ାରୁ ୨ଲେଖାଏଁ, ଓ ଢେଙ୍କାନାଳ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୬୧୮କୁ ବୃଦ୍ଧି ।

Leave A Reply

Your email address will not be published.