Before Header

୭୪ କେଜି ଗଞ୍ଜେଇ ଜବତ

0 160

ଝାରସୁଗୁଡା (ବଡ଼ ଖବର ବ୍ୟୁରୋ): ଆନ୍ତଃ ରାଜ୍ୟ ଗଞ୍ଜେଇ ଚାଲାଣ ରେକେଟ ଠାବ । ୭୪ କେଜି ଗଞ୍ଜେଇ ଜବତ । ୨ ଗିରଫ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେ ରାସ୍ତାର ବାଇପାସ ନିକଟରେ । ଝାରସୁଗୁଡା ପୋଲିସ ଗାଡି ଚେକିଂ କରୁଥିବା ସମୟରେ ଏକ କାରରେ ନୂତନ ଚେଚିସ ଡିକିରେ ୭୪ କେଜି ଗଞ୍ଜେଇ ଭର୍ତ୍ତି କରି ଯାଉଥିଲେ ।

କାରକୁ ଅଟକାଇ ଚେକିଂ କରିବା ପରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା ପୋଲିସ । କଳାହାଣ୍ଡିରୁ ସୁନ୍ଦରଗଡ଼ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.