Masthead

କଂଗ୍ରେସର ବିଶାଳ ଶୋଭାଯାତ୍ରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ କଂଗ୍ରେସର ସଂକଳ୍ପ ପଦଯାତ୍ରା । ଚାଲି ଚାଲି ପୁରୀ ଯିବେ ପିସିସି ସଭାପତି ଓ ନେତା । ୩ ଦିନ ଧରି ପୁରୀକୁ ପଦଯାତ୍ରା କରିବେ ଭକ୍ତ ଦାସ । ଭକ୍ତଙ୍କ ସହିତ ଚାଲିବ ଛାତ୍ର, ଯୁବ, ମହିଳା ଓ ସବୁ ଟିମ୍‌ । ନୂଆ ପିସିସି ସଭାପତି ଭକ୍ତ ଦାସ ପହଞ୍ଚିବା ପରେ ପଦଯାତ୍ରା ଆରମ୍ଭ ହେବ । ଭୁବନେଶ୍ବରରୁ ପୁରୀ ୬୦ କିଲୋମିଟରର ପଦଯାତ୍ରା ପାଇଁ ରାଜଧାନୀରେ ପହଞ୍ଚି ସାରିଛନ୍ତି କଂଗ୍ରେସ କର୍ମୀ । ଭକ୍ତ ଦାସ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚୁ ପହଞ୍ଚୁ ପୁରୀ ଅଭିମୁଖେ ଆରମ୍ଭ କରିବେ ସଂକଳ୍ପ ପଦଯାତ୍ରା।

ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରୁ କଂଗ୍ରେସ କର୍ମୀ ଆସି ରାଜଧାନୀରେ ପହଞ୍ଚିବାରେ ଲାଗିଛନ୍ତି । ପୁରୀ ଅଭିମୁଖେ ୩ ଦିନିଆ ପଦଯାତ୍ରା କରାଯିବ। ଆଜି ଭୁବନେଶ୍ବରରୁ ପିପିଲି, ବୁଧବାର ପିପିଲିରୁ ଚନ୍ଦନପୁର, ଗୁରୁବାର ଚନ୍ଦନପୁରରୁ ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ କରିବା ପରେ କଂଗ୍ରେସ ପାଇଁ ସଙ୍କଳ୍ପ କରିବେ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ପିପିଲି ଓ ଚନ୍ଦନପୁର କଲ୍ୟାଣ ମଣ୍ଡପରେ ନୂଆ ସଭାପତିଙ୍କ ରାତ୍ରି ରହଣି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ।

ଜଗା ଦର୍ଶନ ପରେ ହିଁ ସେ ରାଜ୍ୟରେ ରାଜନୈତିକ କାର୍ୟ୍ୟକ୍ରମ କ ଇରିବେ । ତା ପୂର୍ବରୁ ନୂଆ ସଭାପତି କୌଣସି ରାଜନୈତିକ ବକ୍ତବ୍ୟ ଦେବେ ନାହିଁ । ଦୀର୍ଘ ୮ ମାସ ପରେ ରାଜ୍ୟ କଂଗ୍ରେସ ନିଜ ପତିଆରାର ପ୍ରଦର୍ଶନ କରିବାକୁ ଯାଉଛି । ଯୁବ, ଛାତ୍ର ମହିଳା ସେବାଦଳ ସମସ୍ତଙ୍କୁ ଯାତ୍ରାରେ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା