Masthead

ପୁଣି କାଠ ଯୋଡିରୁ ମହିଳାଙ୍କ ମୃତ ଦେହ ଉଦ୍ଧାର ।

କଟକ(ବଡ଼ ଖବର ବ୍ୟୁରୋ): କାଠଯୋଡି ପଠା ପାଲିଟିଛି ବର୍ତ୍ତମାନ କବୋଡ ସ୍ଥଳି । କାଠଯୋଡିରୁ ପୁଣି ଏକ ମହିଳାଙ୍କ ମୃତ ଦେହ ଉଦ୍ଧାର । କଟକ ତ୍ରିଶୁଳିଆ ସୁଭାଷ ସେତୁ ତଳୁ ମୃତଦେହ ଉଦ୍ଧାର । ସେତୁ ଉପରେ ବ୍ୟାଗ ଓ ଚପଲ ପଡିଥିବାର ନଜର ଆସିଛି । ସେଠାରେ ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି କି କିଏ ମାରି ସେଠାରେ ଫିଙ୍ଗି ଦେଇଛନ୍ତି କିଛି ତଥ୍ୟ ଜଣା ପଡି ନାହିଁ । ସେତୁ ଉପରେ ଥିବା ବ୍ୟାଗରୁ ମହିଳାଙ୍କର ଆଧାର କାର୍ଡ ଓ ମୋବାଇଲ ଫୋନ୍ ମିଳିଛି । ମୃତ ମହିଳା ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅର୍ନ୍ତଗତ ରାଇଟ୍ଟାଙ୍ଗିଆ ଗାଁର ଚନ୍ଦ୍ରିକା ହେମ୍ଭ୍ରମ୍ । ବାପା ଭଜୁ ହେମ୍ଭ୍ରମ୍ ବୋଲି ପୁଲିସ୍

କହିଛି ।

ମହିଳା ଜଣଙ୍କ ଏଠାକୁ କିପରି ଆସିଲେ, କଣ ହୋଇଥିଲା ତାଙ୍କର ଏ ନେଇ ପୁଲିସ ତଦ୍ଦନ୍ତ ଜାରି ରଖିଛି । ୧୪ଦିନରେ ଏହା ହେଉଛି ତୃତୀୟ ଘଟଣା । ପୂର୍ବରୁ କାଠ ଯୋଡି ପଠା ପୋତା ହେବା ବେଳେ ଦୁଇ ମୃତ ଦେହ ମିଳିଥିଲା । ମେ୨୧ ତାରିଖରେ ବ୍ରାହ୍ମଣୀ ଗାଁ କାଠଯୋଡି ପଠାରୁ ମହିଳାଙ୍କ ଅଧା ପୋତା ମୃତଦେହ ମିଳିଥିଲା । ମୃତଦେହ ଟି ରାକେଶଙ୍କ ପତ୍ନୀଙ୍କର ଅନୁମାନ କରି ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଥିଲା । କିନ୍ତୁ ପରେ ଜଣା ପଡିଲା ଯେ ମୃତ ମହିଳା ଜଣଙ୍କ ରାକେଶଙ୍କ ପତ୍ନୀ ନୁହେଁ । ଆଜି ଯାଏଁ ଜଣା ପଡିଲାନି ସେ ମୃତ ମହିଳା ଜଣକ କିଏ? ତାଙ୍କର ହତ୍ୟା ହୋଇଥିଲା କି ତାଙ୍କୁ ମାରିଦିଆଯାଇ ଥିଲା ଏ ଯାଏଁ ପୋଲିସ୍ କୁ କୌଣସି ଖବର ମିଳି ପାରି ନାହିଁ । ତେବେ ମୃତଦେହ କେଉଁଠୁ ଆସୁଛି କିଏ ଫିଙ୍ଗି ଦେଇ ଯାଉଛି ତାର ଉତ୍ତର ପୁଲିସ ପାଖରେ ନାହିଁ । ମୃତ ମହିଳାଙ୍କ ବ୍ୟାଗରୁ ପରିଚୟ ପତ୍ର ମିଳିଲା ପରେ ପୁଲିସ୍ ତଦ୍ଦନ୍ତ ଜାରି ରଖିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ