Before Header

ଠେଙ୍ଗାରେ ପିଟି ପିଟି ବାପାକୁ ହତ୍ୟା କଲା ପୁଅ

0 1,107

ଅନୁଗୋଳ (ବଡ଼ ଖବର ବ୍ୟୁରୋ): : ଟଙ୍କା ପାଇଁ ବାପାଙ୍କୁ ହତ୍ୟା। ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ । । ବନ୍ତଳା ଥାନା ତଳଗଡ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ମୃତକ ବାପା ହେଲେ ବିପ୍ରବର ଭୋଇ। ହତ୍ୟାକାରୀ ପୁଅ ବଳରାମ ଭୋଇ ଫେରାର ଥିବା ସୂଚନା ରହିଛି ।

ବନ୍ତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଦୀର୍ଘ ଦିନ ହେବ ବାପ ପୁଅଙ୍କ ମଧ୍ୟରେ ଟଙ୍କାକୁ ନେଇ ଗଣ୍ଡଗୋଳ ହେଉଥିଲା। ତେବେ ପୁଅ ବଳରାମ ଉତ୍ତ୍ୟକ୍ତ ହୋଇ ଠେଙ୍ଗାରେ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ବିପ୍ରବରଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

Leave A Reply

Your email address will not be published.