Masthead

ଭୂମିହୀନଙ୍କୁ ମିଳିଲା ଭୂମି ଅଧିକାର ପ୍ରମାଣପତ୍ର

ଅନୁଗୁଳ, (ବଡ଼ ଖବର ବ୍ୟୁରୋ): ଦୀର୍ଘଦିନ ପରେ ଭୂମିହୀନଙ୍କୁ ମିଳିଲା ଭୂମି ଅଧିକାର ପ୍ରମାଣପତ୍ର। ଓଡ଼ିଶା ସରକାରଙ୍କ ବସ୍ତିବାସିନ୍ଦା ଭୂମି ଅଧିକାର ଆଇନ ଅନୁସାରେ ଅନୁଗୁଳରେ ଭୂମିହୀନଙ୍କୁ ଆଜି ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରାଯାଇଛି। ତିନୋଟି ବସ୍ତିରେ ଜମିପଟ୍ଟା ପ୍ରଦାନ କରାଯାଇଛି। ଅନୁଗୁଳ ପୌରପାଳିକାର ୧୭ ନମ୍ବର ୱାର୍ଡ ଭରତନଗର ବସ୍ତିର ୫୦ ଜଣ ହିତାଧିକାରୀଙ୍କୁ ପ୍ରମାଣପତ୍ର ଦିଆଯାଇଛି। ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ ଏହି ପ୍ରମାଣପତ୍ର ବାଣ୍ଟିଛନ୍ତି। କାର୍ୟ୍ୟକ୍ରମରେ ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ଏବଂ ପୌର ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ। ଏହାଦ୍ୱାରା ରାଜ୍ୟ ସରକାରଙ୍କ ଜାଗା ମିଶନ ସଫଳ ହେବା ସହ ସମସ୍ତ ଭୂମିହୀନ ଥଇଥାନ ହୋଇପାରିବେ ବୋଲି ସାଂସଦ ସାହୁ କହିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ