Masthead

ପ୍ରଧାନମନ୍ତ୍ରୀ ଆବାସ ଉପରେ ତିନି ମହଲା କୋଠା

ଲଇକେରା, (ବଡ଼ ଖବର ବ୍ୟୁରୋ): ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ବ୍ଲକର ଶହ ଶହ ଯୋଗ୍ୟ ହିତାଧିକାରୀ ପଞ୍ଚାୟତ କାର୍ୟ୍ୟାଳୟଠାରୁ ବ୍ଲକ ପ୍ରଶାସନ ପର୍ୟ୍ୟନ୍ତ ଗୁହାରି କରି ନୟାନ୍ତ ହେଉଛନ୍ତି। ଅଥଚ ତାଙ୍କ ପାଇଁ ଏହି ଯୋଜନାରେ ଘର ଖଣ୍ଡିଏ ମିଳିବା ମୁସ୍କିଲ ହୋଇପଡ଼ୁଛି। କିନ୍ତୁ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଜାଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ। ବଡ଼ବଡ଼ିଆ ବାବୁମାନେ ଅତି ସହଜରେ ଆବାସ ଯୋଜନାରେ ଘର ହାତେଇ ନେଉଛନ୍ତି। ଏଭଳି ଅଭିଯୋଗ ଆସିଛି ଲଇକେରା ବ୍ଲକ ଭାତଲଇଡ଼ା ପଞ୍ଚାୟତରୁ। ଏହି ପଞ୍ଚାୟତରେ ଏବେ ବି ଅନେକ ଲୋକ ଭଙ୍ଗା କୁଡ଼ିଆ ଓ ପଲିଥିନ ତଳେ ଦିନ କାଟୁଥିବା ବେଳେ ଚଞ୍ଚକତା କରି ବଡ଼ବଡ଼ିଆ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ହାତେଇଥିବା ଦେଖାଯାଇଛି। ଏତିକି ନୁହେଁ, ଘର ହାତେଇ ତା’ ଉପରେ ତିନି ମହଲା କୋଠା ମଧ୍ୟ ତିଆରି କରିଛନ୍ତି। ଏକର ଏକର ଚାଷଜମିର ମାଲିକ, ଲକ୍ଷାଧିକ ଟଙ୍କାର ବ୍ୟାଙ୍କ ବାଲାନ୍ସ ଥିବା ବ୍ୟକ୍ତି, ସରକାରୀ ଚାକିରିଆମାନେ ଆବାସ ଯୋଜନାରେ ଘର ହାତେଇ ନେଉଥିବା ଅଭିଯୋଗ ହୋଇଛି।

ପଞ୍ଚାୟତ ଦାୟିତ୍ଵରେ ଥିବା ଅଧିକାରୀ କିଭଳି ଏପରି ଲୋକଙ୍କ ବିଲ୍ ପାସ୍ କଲେ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଲଇକେରା ବ୍ଲକ ପ୍ରଶାସନ ସରକାରୀ ଯୋଜନାରେ କେମିତି ହିତାଧିକାରୀ ଚୟନ କରୁଛି ତାହା ପଦାରେ ପଡ଼ିଯାଇଛି। ଲଇକେରା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନ ପ୍ରକିୟାକୁ ନେଇ ବଡ଼ ଘୋଟାଲା ହୋଇଥିବା ସାଧାରଣରେ ଅଗିଯୋଗ ହୋଇଛି। ବିଗତ ଦିନରେ ଭାତଲଇଡ଼ା ଅଞ୍ଚଳରୁ ଏଭଳି ଅନେକ ଦୁର୍ନୀତି ଅଭିଯୋଗ ଆସିଥିବା ସତ୍ତ୍ଵେ ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ତଦନ୍ତ ଆଳରେ ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି। ଲଇକେରା ବ୍ଲକ ପ୍ରଶାସନ ପକ୍ଷରୁ ଏହି ସବୁ ଦୁର୍ନୀତି ଉପରେ କେବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଲା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ