Masthead

ପ୍ରଧାନମନ୍ତ୍ରୀ ଆବାସ ଉପରେ ତିନି ମହଲା କୋଠା

ଲଇକେରା, (ବଡ଼ ଖବର ବ୍ୟୁରୋ): ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ବ୍ଲକର ଶହ ଶହ ଯୋଗ୍ୟ ହିତାଧିକାରୀ ପଞ୍ଚାୟତ କାର୍ୟ୍ୟାଳୟଠାରୁ ବ୍ଲକ ପ୍ରଶାସନ ପର୍ୟ୍ୟନ୍ତ ଗୁହାରି କରି ନୟାନ୍ତ ହେଉଛନ୍ତି। ଅଥଚ ତାଙ୍କ ପାଇଁ ଏହି ଯୋଜନାରେ ଘର ଖଣ୍ଡିଏ ମିଳିବା ମୁସ୍କିଲ ହୋଇପଡ଼ୁଛି। କିନ୍ତୁ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଜାଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ। ବଡ଼ବଡ଼ିଆ ବାବୁମାନେ ଅତି ସହଜରେ ଆବାସ ଯୋଜନାରେ ଘର ହାତେଇ ନେଉଛନ୍ତି। ଏଭଳି ଅଭିଯୋଗ ଆସିଛି ଲଇକେରା ବ୍ଲକ ଭାତଲଇଡ଼ା ପଞ୍ଚାୟତରୁ। ଏହି ପଞ୍ଚାୟତରେ ଏବେ ବି ଅନେକ ଲୋକ ଭଙ୍ଗା କୁଡ଼ିଆ ଓ ପଲିଥିନ ତଳେ ଦିନ କାଟୁଥିବା ବେଳେ ଚଞ୍ଚକତା କରି ବଡ଼ବଡ଼ିଆ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ହାତେଇଥିବା ଦେଖାଯାଇଛି। ଏତିକି ନୁହେଁ, ଘର ହାତେଇ ତା’ ଉପରେ ତିନି ମହଲା କୋଠା ମଧ୍ୟ ତିଆରି କରିଛନ୍ତି। ଏକର ଏକର ଚାଷଜମିର ମାଲିକ, ଲକ୍ଷାଧିକ ଟଙ୍କାର ବ୍ୟାଙ୍କ ବାଲାନ୍ସ ଥିବା ବ୍ୟକ୍ତି, ସରକାରୀ ଚାକିରିଆମାନେ ଆବାସ ଯୋଜନାରେ ଘର ହାତେଇ ନେଉଥିବା ଅଭିଯୋଗ ହୋଇଛି।

ପଞ୍ଚାୟତ ଦାୟିତ୍ଵରେ ଥିବା ଅଧିକାରୀ କିଭଳି ଏପରି ଲୋକଙ୍କ ବିଲ୍ ପାସ୍ କଲେ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଲଇକେରା ବ୍ଲକ ପ୍ରଶାସନ ସରକାରୀ ଯୋଜନାରେ କେମିତି ହିତାଧିକାରୀ ଚୟନ କରୁଛି ତାହା ପଦାରେ ପଡ଼ିଯାଇଛି। ଲଇକେରା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନ ପ୍ରକିୟାକୁ ନେଇ ବଡ଼ ଘୋଟାଲା ହୋଇଥିବା ସାଧାରଣରେ ଅଗିଯୋଗ ହୋଇଛି। ବିଗତ ଦିନରେ ଭାତଲଇଡ଼ା ଅଞ୍ଚଳରୁ ଏଭଳି ଅନେକ ଦୁର୍ନୀତି ଅଭିଯୋଗ ଆସିଥିବା ସତ୍ତ୍ଵେ ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ତଦନ୍ତ ଆଳରେ ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି। ଲଇକେରା ବ୍ଲକ ପ୍ରଶାସନ ପକ୍ଷରୁ ଏହି ସବୁ ଦୁର୍ନୀତି ଉପରେ କେବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଲା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ