Masthead

ଜମ୍ମୁ-କଶ୍ମୀରରେ ଯଦି ଶାନ୍ତି ଅଛି, ସରକାର ମେହବୁବା ମୁଫତିଙ୍କୁ କାହିଁକି ନଜର ବନ୍ଦୀ କରି ରଖିଛନ୍ତି? : ପି ଚିଦାମ୍ବରମ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ସରକାର ଶନିବାର କହିଥିଲେ ଯେ ଧାରା ୩୭୦ ପରେ ଜାମ୍ମୁ କାଶ୍ମୀର ବିକାଶ ପଥରେ ଅଛି। ଏହାକୁ ପ୍ରତିହତ କରି ଚିଦାମ୍ବରମ୍ କହିଛନ୍ତି ଯେ ଯଦି ଜାମ୍ମୁ କାଶ୍ମୀରରେ ଏତେ ଶାନ୍ତି ଅଛି, ତେବେ ମେହବୁବା ମୁଫତିଙ୍କୁ କାହିଁକି ଘରେ ନଜର ବନ୍ଦୀ କରା ରଖାଯାଇଛି । କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ରବିବାର ଭାରତରେ ସ୍ବାଧୀନତାକୁ ଦମନ କରାଯାଉଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ସରକାର କହିଛନ୍ତି ଧାରା ୩୭୦ ରଦ୍ଦ ହେବା ଦ୍ୱାରା ଜମ୍ମୁ-କଶ୍ମୀରରେ ଶାନ୍ତି ଆଣିଛି। କିନ୍ତୁ ପ୍ରକୃତ ପକ୍ଷେ ସାରା ଭାରତରେ ସ୍ବାଧୀନତାକୁ ଦମନ କରାଯାଇଛି।

କେବଳ ଏତିକି ନୁହେଁ ୟୁନିଅନ ଟେରିଟୋରୀରେ ମଧ୍ୟ ଅତ୍ୟଧିକ ଦମନ ହେଉଛି। ଧାରା ୩୭୦ ରଦ୍ଦ ହେବାର ବାର୍ଷିକୀ ଅବସରରେ ସରକାର ଶନିବାର କହିଛନ୍ତି ଏହି ଐତିହାସିକ ନିଷ୍ପତ୍ତି ଜମ୍ମୁ-କଶ୍ମୀରରେ ଶାନ୍ତି ଏବଂ ବିକାଶ ଆଣିଛି। ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀନଗରରେ କହିଥିଲେ ଧାରା ୩୭୦ ରଦ୍ଦ ହେବା ପରେ ସବୁଠାରୁ ବଡ ପରିବର୍ତ୍ତନ ହେଉଛି ଜମ୍ମୁ-କଶ୍ମୀରର ସାଧାରଣ ଲୋକ ନିଜ ପସନ୍ଦ ଅନୁଯାୟୀ ଜୀବନ ବିତାଉଛନ୍ତି। ଏହାର ପ୍ରତିବାଦ କରି ଚିଦାମ୍ବରମ ପଚାରିଛନ୍ତି ଜମ୍ମୁ-କଶ୍ମୀରରେ ଯଦି ଶାନ୍ତି ଅଛି, ତେବେ ସରକାର ମେହବୁବା ମୁଫତିଙ୍କୁ କାହିଁକି ନଜର ବନ୍ଦୀ କରି ରଖିଛନ୍ତି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା