Masthead

କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମାମଲା: ପଦ ହରାଇଲେ ଅଧ୍ୟକ୍ଷା

କର୍ଲାମୁଣ୍ଡା: ବହୁ ପ୍ରତୀକ୍ଷିତ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବର ଭୋଟଗଣତି ଆଜି ହୋଇଛି। ଫଳାଫଳ ବି ଘୋଷଣା ହୋଇଛି। ଦୀର୍ଘ ୧୦ମାସ ଧରି ଅନେକ ଛକାପଞ୍ଝା ପରେ ପୂର୍ବ ଘୋଷଣା ମୁତାବକ ଆଜି ଗୁପ୍ତ ମତଦାନର ଭୋଟ ଗଣତି କରାଯାଇଥିଲା। ମ.ରାମପୁର ବିଡିଓ ରୁମାନା ଜାଫ୍ରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପର୍ଯ୍ୟାଲୋଚନା ପରେ ଗତ ଡିସେମ୍ବର ୩୧ ତାରିଖ ଦିନ ନିଆଯାଇଥିବା ଅନାସ୍ଥା ପ୍ରସ୍ତାବ ଗୁପ୍ତ ମତଦାନର ଗଣତି କରାଯାଇଥିଲା। ଏଥିରେ ଅଧ୍ୟକ୍ଷା ଅମ୍ରିତା ସାହୁଙ୍କ ସପକ୍ଷରେ ମାତ୍ର ଗୋଟିଏ ଭୋଟ ପଡ଼ିଥିବାବେଳେ ବିପକ୍ଷରେ ୨୨ ଭୋଟ ପଡ଼ିଥିବା ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ସମିତିସଭ୍ୟ ଓ ସରପଞ୍ଚମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଡିସେମ୍ବର ୩୧ ତାରିଖରେ ଭୋଟ ନିଆଯାଇଥିଲା। ତେବେ ଅଧ୍ୟକ୍ଷା ହାଇକୋର୍ଟରୁ ଭୋଟଗଣତି ଉପରେ ସ୍ଥଗିତାଦେଶ ଆଣିବାରୁ ଉକ୍ତ ଦିନ ଭୋଟଗ୍ରହଣ ସତ୍ତ୍ୱେ ଗଣତି ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ହାଇକୋର୍ଟ ଏହି ସ୍ଥଗିତାଦେଶ ଉଠାଇଦେବାରୁ ଗତ ଅଗଷ୍ଟ ୨୦ ତାରିଖରେ ଅନାସ୍ଥା ପ୍ରସ୍ତାବ ଭୋଟ ଗଣତି ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ତେବେ ଅଧ୍ୟକ୍ଷା ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଗଣତି ଉପରେ ରୋକ୍ ଲଗାଇବାରେ ସକ୍ଷମ ହୋଇଥିଲେ।

କିନ୍ତୁ ଅଗଷ୍ଟ ୩୧ ତାରିଖରେ ହାଇକୋର୍ଟ ଉକ୍ତ ରିଟ୍ ଅପିଲର ଅନ୍ତରୀଣ ଆଦେଶକୁ ପ୍ରତ୍ୟାହାର କରିଥିଲେ। ସେହି ଆନୁସାରେ ଆଜି ଉକ୍ତ ଅନାସ୍ଥା ପ୍ରସ୍ତାବର ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯାଇଛି। ଗଣତି ସମୟରେ  କେସିଙ୍ଗା ଏସଡିପିଓ ଗୁପ୍ତେଶ୍ୱର ଭୋଇ, ମ.ରାମପୁର ଥାନା ଅଧିକାରୀ ବିନୀତା ଟପୋ, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଅଧିଶଚନ୍ଦ୍ର ବିଶ୍ୱାସଙ୍କ ସମେତ ୨ ସେକସନ ପୋଲିସ ଫୋର୍ସ ମୁତୟନ ଥିଲେ। ଏଥିସହ ଭବାନୀପାଟଣା ଉପଖଣ୍ଡସ୍ତରୀୟ ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ, କର୍ଲାମୁଣ୍ଡା ବିଡିଓ ସୁଶ୍ରୀ ପ୍ରିୟଦର୍ଶିନୀ ମିର୍ଦ୍ଦା, ତହସିଲଦାର ବାସନ୍ତୀ ସେଠୀ ମଧ୍ୟ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ