ବିସ୍ଥାପିତ ପରିବାରଙ୍କୁ ଥଇଥାନ ଦାବିରେ ହିନ୍ଦୁଃସେନାର ସିଏସି ସମ୍ମୁଖରେ ଧାରଣା 

କଟକ (ବଡ଼ ଖବର ବ୍ୟୁରୋ):  ଖରାପ୍ ହେଲା କଟକ ମହାନଗର ନିଗମର ଛବି । ପାଣିର ଗାର ପାଲଟିଲା ପ୍ରତିଶ୍ରୁତି । ଦୀର୍ଘ ଦଶ ଦିନ ବିତିଯାଇଥିଲେ ସୁଦ୍ଧା ସ୍ଥାୟୀ ବସବାସ ପାଇଁ ମିଳିଲାନି ଜାଗା । ଏବେ ଚାରି ପରିବାରଙ୍କ ନୂତନ ଠିକଣା ପାଲଟିଲା କଟକ ମହାନଗର ନିଗମ ଫାଟକ ସମ୍ମୁଖ । ସୂଚନା ମୁତାବକ, କଟକ ମେରିଆ ବଜାର ଅଞ୍ଚଳରେ ବାସ କରୁଥିବା ଚାରି ପରିବାରଙ୍କୁ ବିନା ନୋଟିସରେ ତରବରିଆ ଭାବେ କଟକ ମହାନଗର ନିଗମ ପକ୍ଷରୁ ଉଚ୍ଛେଦ କରାଯାଇଥିଲା । ଉଚ୍ଛେଦ କରାଯିବା ପରେ ମୁକ୍ତାକାଶ ତଳେ ବିତୁଥିଲା ଜୀବନ ।

ଏବଂ ଏହି ଘଟଣାରେ ଗତ ମାର୍ଚ୍ଚ ୬ ତାରିଖରେ କ୍ଷତିଗ୍ରସ୍ତ ପରିବାର ଓ ହିନ୍ଦୁ ସେନା ପକ୍ଷରୁ କଟକ ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଉପଯୁକ୍ତ କ୍ଷତିପୂରଣ ଦାବି କରଯାଇଥିଲା । ଆଉ ସାତ ଦିନ ମଧ୍ୟରେ ସ୍ଥାୟୀ ସମାଧାନ ପାଇଁ ମହାନଗର ନିଗମ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବିଡ଼ମ୍ବନାର ବିଷୟ ଦଶ ଦିନ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଥଇଥାନ ହୋଇପାରିଲେନି ଏହି ଚାରି ପରିବାର । ଯେଉଁଥିପାଇଁ ଅନିର୍ଦ୍ଧିଷ୍ଟ  କାଳ ପାଇଁ ନିଜର ଆସବାପତ୍ର ଧରି ଧାରଣାରେ ବସିଲେ ହିନ୍ଦୁସେନାର କର୍ମକର୍ତ୍ତାଙ୍କ ସହ କ୍ଷତିଗ୍ରସ୍ତ ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’