Masthead

ବିଜେପିର ୱାଶିଂ ମେସିନରେ ପଶିଲେ ଧଳା, ନ ପଶିଲେ ଦାଗଯୁକ୍ତ: ମଲ୍ଲିକାର୍ଜ୍ଜୁନ ଖଡଗେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଛି। ସାତ ଘଣ୍ଟାରୁ ଅଧିକ ପଚରାଉଚରା ପରେ ଇଡି ମନି ଲଣ୍ଡରିଂ ମାମଲାରେ ସୋରେନଙ୍କୁ ଗିରଫ କରିଛି। ସୋରେନ ସିଏମ ପଦରୁ ଇସ୍ତଫା ଦେଇଛନ୍ତି। ଇଣ୍ଡିଆର ସହଯୋଗୀ ବିରୋଧୀ ଦଳର ନେତାମାନେ ଗିରଫକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗିରଫ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସେ ଟୁଇଟ କରି କହିଛନ୍ତି ମୋଦିଙ୍କ ସହ ଯିଏ ନ ଯିବେ ସେ ସିଧା ଜେଲକୁ ଯିବେ। ବିରୋଧୀ ଦଳର ନେତାମାନେ ଏବେ ଭୟଭୀତ ହେଉଛନ୍ତି। ବିରୋଧୀ ସରକାରଙ୍କୁ ଦୁର୍ବଳ କରିବା ପାଇଁ ଏହା ବିଜେପିର ଷଡଯନ୍ତ୍ର। ଯାହା ବିଜେପିର ୱାଶିଂ ମେସିନରେ ପ୍ରବେଶ କଲା ତାହା ଧଳା, ଯାହା ପ୍ରବେଶ ନ କଲା ଯାହା ତାହା ଦାଗଯୁକ୍ତ। ଦେଶରେ ଏକଛତ୍ରବାଦୀ ଶାସନ ଶେଷ କରିବା ଲାଗି ବିଜେପିକୁ ବର୍ତ୍ତମାନ ପରାସ୍ତ କରିବାକୁ ପଡିବ। ଆମେ ଭୟ କରିବୁ ନାହିଁ। ରାସ୍ତାରୁ ସଂସଦ ପର୍ଯ୍ୟନ୍ତ ଲଢ଼ିବୁ। କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ବିରୋଧୀମୁକ୍ତ ସଂସଦ ଗଠନ ହେଉଛି ବିଜେପି ସରକାରଙ୍କ ଉଦ୍ଦେଶ୍ୟ।

ଏକ ଗଣତନ୍ତ୍ର ମୁକ୍ତ ଭାରତ, ଏକ ପ୍ରଶ୍ନ ମୁକ୍ତ ଗଣମାଧ୍ୟମ ଏବଂ ଏକ ସମନ୍ବୟ ମୁକ୍ତ ଜନସାଧାରଣ ସୃଷ୍ଟି କରିବାକୁ ମୋଦି ସରକାର ପ୍ରୟାସ କରୁଛନ୍ତି। ଟୁଇଟ କରି ପ୍ରିୟଙ୍କା କହିଛନ୍ତି ସମସ୍ତ ରାଜ୍ୟ ସରକାରଙ୍କୁ ଗୋଟିଏ ପରେ ଗୋଟିଏ କରି ପତନ କରାଯାଉଛି। ବିରୋଧୀ ଦଳର ନେତାମାନେ ହଇରାଣ ହେଉଛନ୍ତି। ଯିଏ ବିଜେପିରେ ଯୋଗ ନ ଦେବେ ସେ ଜେଲ ଯିବେ। ଇଡିରୁ ସୋରେନଙ୍କୁ ହଇରାଣ କରିବା ଏବଂ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିବା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଅଭିଯାନର ଏକ ଅଂଶ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି