Masthead

ମଧ୍ୟାହ୍ନଭୋଜନ ଚାଉଳକୁ ନେଇ ବିବାଦ, ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ

ଆଠଗଡ(ବଡ଼ ଖବର ବ୍ୟୁରୋ): ଵଳକା ରହି ଯାଇଥିଲା ମଧ୍ୟାହ୍ନ ଭୋଜନ ଚାଉଳ । ପିଲାଙ୍କୁ ଚାଉଳ ଦିଆଯିବ କି ବିକ୍ରି କରାଯିଵ ତାକୁ ନେଇ ଵିଵାଦ ଆରମ୍ଭ ହେଲା। ଏ ବାବଦରେ ପ୍ରଶାସନ ପକ୍ଷରୁ ତଦନ୍ତ ଚାଲି ଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷକଙ୍କ କାର‌୍ୟ୍ୟାଳୟ ଭିତରେ ପଶି ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ କରାଯାଇଛି ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆଠଗଡ଼ ବ୍ଲକ ଖୁଣ୍ଟୁଣୀ ଅନ୍ତର୍ଗତ ଖୁଣ୍ଟୁଣୀ ରାଧାନାଥ ବିଦ୍ୟାପୀଠରେ। ନିଜକୁ ପରିଚାଳନା କମିଟିର ସଦସ୍ୟ କହୁଥିବା ଦୁଇ ଜଣ ଯୁବକ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ କରି ତାଙ୍କୁ ଧକ୍କା ମାରି ଗେଟ୍ ବାହାରକୁ ନେଇ ଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଘଟଣାରୁ ପ୍ରକାଶ ଯେ ଖୁଣ୍ଟୁଣୀ ରାଧାନାଥ ବିଦ୍ୟାପୀଠରେ ଆସୁଥିବା ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା କିଛି ଚାଉଳ ଵଳକା ରହି ଯାଇଥିଲା।

ସେହି ଚାଉଳକୁ ପ୍ରଧାନ ଶିକ୍ଷକ ପିଲା ମାନଙ୍କୁ ଵାଣ୍ଟି ଦେଵା ପରେ ଵିଵାଦ ଆରମ୍ଭ ହୋଇଥିଲା । ନିଜକୁ ପରିଚାଳନା କମିଟି ସଦସ୍ୟ ବୋଲି କହୁଥିବା କିଛି ତଥାକଥିତ ଅଵିଭାବକ ଏ ବାବଦରେ ଗତ ଦୁଇ ଦିନ ତଳେ ଆଠଗଡ଼ ଵ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ ପରେ ଗତକାଲି ଦୁଇ ଜଣ ଅଧିକାରୀ ସେଠାକୁ ତଦନ୍ତ ପାଇଁ ଯାଇଥିଲେ। ସେମାନଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ ହୋଇଥିବା ବେଳେ ଅଧିକାରୀ ମାନେ ଅସହାୟ ଅବସ୍ଥାରେ ବସି ରହିଥିବାର ଦେଖା ଯାଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ