Masthead

ଅର୍ଣ୍ଣବ ଗୋସ୍ୱାମୀ ଗିରଫ

 

ମୁମ୍ବାଇ, (ବଡ଼ ଖବର ବ୍ୟୁରୋ): ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଉଠାଇ ନେଇଛି ମୁମ୍ବାଇ ପୋଲିସ୍ । ଆଜି ଭୋରରୁ ମୁମ୍ବାଇ ପୋଲିସର ଏକ ଟିମ୍ ଅର୍ଣ୍ଣବଙ୍କ ଘରେ ପହଞ୍ଚି ପ୍ରଥମେ ତାଙ୍କୁ ଅଟକ ରଖିଥିଲେ, ପରେ ଗିରଫ କରିଥିବା ଜଣା ପଡ଼ିଛି ।
ଅଭିଯୋଗ ଅନୁଯାୟୀ, ରିପବ୍ଲିକ ନେଟୱାର୍କ ୨୦୧୮ରେ ଇଣ୍ଟେରିଅର ଡିଜାଇନରଙ୍କୁ ୮୩ ଲକ୍ଷ ଟଙ୍କା ପ୍ରାପ୍ୟ ନ ଦେବାରୁ ସେ ଓ ତାଙ୍କ ପୁଅ ଆତ୍ମହତ୍ୟା କରିଥିବା ଗୁରୁତର ଅଭିଯୋଗ ରହିଥିଲା । ଏନେଇ ୨୦୧୮ରେ ମାମଲା ରୁଜୁ କରିଥିଲା ପୋଲିସ । କିନ୍ତୁ ପ୍ରମାଣ ଅଭାବରୁ ଏହି ମାମଲାକୁ ବନ୍ଦ କରିଦିଆଯାଇଥିଲା । ତେବେ ମୃତକଙ୍କ ଝିଅ ଏ ନେଇ ସାନି ଅଭିଯୋଗ କରିବା ପରେ ମାମଲାକୁ ରିଓପନ କରିଛି ମୁମ୍ବାଇ ପୋଲିସ । ସେହି କେସ୍ ଆଧାରରେ ଆଜି ସକାଳୁ ଅର୍ଣ୍ଣବକୁ ତାଙ୍କ ଘରୁ ଗିରଫ କରିଛି ପୋଲିସ । ତେବେ ଉଦ୍ଧବ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରି ଥିବାରୁ ଏଭଳି ଆକ୍ରୋଶମୂଳକ ପଦକ୍ଷେପ ନିଆଯାଇଥିବା ରିପବ୍ଲିକ ଟିଭି ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ