Masthead

ଶାନ୍ତିରେ ସରିଲା ଚାଷୀଙ୍କ ଧର୍ମଘଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):   କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆଜି ଭାରତ ବନ୍ଦ ଡାକରା ଦେଇଥିଲେ । ତେବେ ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ବେଶ ସଫଳାତାର ସହିତ ଶେଷ ହୋଇଛି । ଏହି ଭାରତ ବନ୍ଦ ଡାକରାର ପ୍ରଭାବ ଚାରିଆଡେ ପଡିଥିଲା । କୃଷି ଆଇନକୁ ବିରୋଧ କରି ଆଜି ସାକାଳ ୬ରୁ ଅପରାହ୍ନ ୪ଟା ଯାଏ ଭାରତ ବନ୍ଦ ଡାକରା ଦିଆଯାଇଥିଲା । କିଛି ସ୍ଥାନକୁ ଛାଡିଦେଲେ ଭାରତ ବନ୍ଦ ସବୁଆଡେ ପାଳନ କରାଯାଇଛି । ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା ଓ ପଞ୍ଜାବରେ ବନ୍ଦର ପ୍ରଭାବ ଅଧିକ ପଡିଥିବାର ଦେଖିବାକୁ ମିଳିଛି । ତେବେ ଚାଷୀଙ୍କ ସହ ବିଭିନ୍ନ ରାଜନୈତିକ ଦଳ,ଛାତ୍ର ସଂଗଠନ ଏକାଠି ହୋଇ ଭାରତ ବନ୍ଦକୁ ଶାନ୍ତି ସହ ଶେଷ କରିିଛନ୍ତି । ଆଜି ଦୋକାନ ବଜାର ଠାରୁ ଆରମ୍ଭ କରି ଟ୍ରେନ,ବସ ଓ ପ୍ରତିଷ୍ଠାନ ବନ୍ଦ କରାଯାଇଥିଲା । ଏ ନେଇ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଥିଲା ।

ବେଶ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବାରୁ ଚାଷୀ ନେତା ରାକେଶ ଟିକାୟତ ସଭିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାରତ ବନ୍ଦର ସମୟସୀମା ଅପରାହ୍ନ ୪ଟା ଯାଏ ଥିଲା । ରାକେଶ ଟିକାୟତ କହିଛନ୍ତି, ଭାରତ ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଦେଶର କୌଣସି ପ୍ରାନ୍ତରେ ମଧ୍ୟ ବନ୍ଦ ବେଳେ ହିଂସା ହୋଇନି । ଏଥିପାଇଁ ଚାଷୀମାନେ ଶ୍ରମିକ ଓ ସାଧାରଣ ଲୋକଙ୍କୁ ଧନ୍ୟବାଦ ଜଣାଉଛନ୍ତି । ଯେଉଁ ପର୍ଯ୍ୟନ୍ତ ୩ଟି କୃଷି ଆଇନ ପ୍ରତ୍ୟାହାର ହୋଇନି ଓ ଏମଏସପି ଉପରେ ଆଇନଗତ ମାନ୍ୟତା ମିଳିନି ସେ ଯାଏ ଏହି ଆନ୍ଦୋଳନ ଜାରି ରହିବ ।

ଭାରତ ବନ୍ଦ ଡାକରା ଯୋଗୁ କିଛି ଲୋକ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଟିକାୟତ ଦୁଃଖପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଦୀର୍ଘ ୧୦ ମାସ ହେଲା ଚାଷୀମାନେ ନିଜ ଘର ଛାଡି ରାସ୍ତାରେ ପଡି ରହିଛନ୍ତି । କିନ୍ତୁ ଏ ସରକାର କିଛି ବି ଦେଖୁ ନାହାଁନ୍ତି । ସରକାରଙ୍କୁ ଅନୁରୋଧ କରୁଛନ୍ତି ଯେ ଚାଷୀମାନଙ୍କ ସମସ୍ୟା ଦୂର କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ । ଆଜି ଭାରତ ବନ୍ଦ ଯୋଗୁ ଦିଲ୍ଲୀ ଠାରୁ ଆରମ୍ଭ କରି ଓଡ଼ି୍ଶା ଯାଏ ସବୁ କିଛି ବନ୍ଦ ରହିଥିଲା । ତେବେ ଦିଲ୍ଲୀରେ ବନ୍ଦ ବେଳେ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ଶହ ଶହ ଗାଡି ଅଟକ ରହିଥିବାରୁ ଲୋକମାନେ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା