ସରକାର କଲେ ଶବର ଅପରେସନ୍: ଜୟନାରାୟଣ ମିଶ୍ର

ବଡ଼ ଖବର(ଭୁବନେଶ୍ୱର ବ୍ୟୁରୋ): ପ୍ରତ୍ୟେକ ହତ୍ୟାର ଗୋଟେ କାରଣ ଓ ଉଦ୍ଦେଶ୍ୟ ଥାଏ । କୌଣସି ହତ୍ୟା ବିନା କାରଣରେ ହୁଏନି ।
୨୯ ତାରିଖରେ ନବ ଦାସଙ୍କ ହତ୍ୟାକାଣ୍ଡ ଜଣେ ପୋଲିସ ଅଧିକାରୀଙ୍କ ଦ୍ଵାରା ହେଲା । କିନ୍ତୁ ଅନେକ ରହସ୍ୟ ଏଥିରେ ରହୁଛି । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ନାଟକୀୟ ଢଂଗରେ ତାଙ୍କୁ ଭୁବନେଶ୍ୱର ଅଣାଗଲା । ସେଠିକାର ଏସପି ସେହି ସମୟରେ କାହା ସହ କଥା ହେଉଥିଲେ? କାହା ନିର୍ଦ୍ଦେଶରେ ଭୁବନେଶ୍ୱର ନବଙ୍କୁ ଅଣା ଗଲା, ତାହା ତଦନ୍ତ ହେବା କଥା । ଯଦି ବଞ୍ଚିଥିଲେ, ଝାରସୁଗୁଡାରେ କାହିଁକି ତାଙ୍କୁ ରକ୍ତ ଆଉ ସଲାଇନ ଦିଆଗଲା ନାହିଁ । ଭୁବନେଶ୍ୱରରେ ଆପୋଲ ହସ୍ପିଟାଲରେ ହୋଇଥିବା ଇସିଇଜି ରିପୋର୍ଟକୁ ସାର୍ବଜନୀନ କରାଯାଉ। ମୃତ ବ୍ୟକ୍ତିର ଅସ୍ତ୍ରୋପଚାର ହେଲା ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ମୃତ ନବ ଦାସଙ୍କୁ ଆଇସିୟୁରେ ଭର୍ତ୍ତି କରାଗଲା । ମୃତ୍ୟୁର ସମୟକୁ ଗଡେଇ ଦିଆଗଲା। ଗୋପାଳ ପାଗଳ ବୋଲି ପ୍ରଥମରୁ ପୋଲିସ କାହିଁକି ବାରମ୍ବାର କହିଲା ବୋଲି ବିରୋଧୀ ଦଳ ନେତା  ପ୍ରଶ୍ନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’