Masthead

ରାଜରାସ୍ତାକୁ ଓହ୍ଲାଇବେ ଯାତ୍ରା କଳାକାର

ସୋହେଲା (ବଡ଼ ଖବର ବ୍ୟୁରୋ): ବରଗଡ ଜିଲ୍ଲା ସୋହେଲା ବ୍ଲକ ଦସମାଇଲ ଛକରେ ପଶ୍ଚିମ ଓଡ଼ିଶା କଳାକାର ଓ ଯାତ୍ରା ପାର୍ଟି ମାଲିକ ମହାସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୭ ଟି ଯାତ୍ରା ପାର୍ଟି ମାଲିକ ଓ ଶହ ଶହ କଳାକାର ଯୋଗଦେଇଥିଲେ । ଗତ ମାର୍ଚ୍ଚରୁ ଲକଡ଼ାଉନ ପରେ ଦୀର୍ଘ ୮ମାସ ହେଲା ଘରେ ବସିଛନ୍ତି ପଶ୍ଚିମ ଓଡ଼ିଶାର କଳାକାରମାନେ । ସବୁ କଳାକାର ଗାଁରେ ମଜୁରି ଲାଗୁଛନ୍ତି । ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ସରକାର ମେଲୋଡି କରି ନିର୍ବାଚନ ପ୍ରଚାର କରିଥିଲେ । ନାଟକକୁ କାହିଁକି ଆନୁମତି ସରକାର ଦେଉନାହାନ୍ତି ବୋଲି ଯାତ୍ରା ପାର୍ଟିର କଳାକାରମାନେ ପ୍ରଶ୍ନ କରିଥିଲେ।

ଆଗାମୀ ଦିନରେ ସରକାର ଯଦି ଯାତ୍ରା ପାର୍ଟିଗୁଡିକୁ ମଞ୍ଚ ଖୋଲିବା ପାଇଁ ଅନୁମତି ନ ଦିଅନ୍ତି, ପଶ୍ଚିମ ଓଡିଶା କଳାକାରମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । କଳାକାରମାନେ ଦାବି କରିଛନ୍ତି ଯେ, ଆମକୁ ସରକାରୀ ସାହାଯ୍ୟ ଦରକାର ନାହିଁ । ଆମକୁ ମଞ୍ଚରେ ଅଭିନୟ କରିବା ପାଇଁ ଅନୁମତି ଦରକାର । କଳାକାରମାନଙ୍କ ଏହି ଆଲୋଚନାରେ, ଯାତ୍ରା ମା’ ରୁଦ୍ରେଶ୍ୱରୀ ଅପେରାର ଜଗଦୀଶ ପଧାନ, ବଜରଙ୍ଗ ଗଣନାଟ୍ୟର ଦେବେନ୍ଦ୍ର ବିଶ୍ୱାଳ, ମା’ ପାର୍ବତୀ ଅପେରାର ପ୍ରଫୁଲ୍ଲ ମେହେର, ଶ୍ରୀ ଗଣେଶ ଅପେରାର ଆଖଣ୍ଡଳ ସାହୁ, ମା’ ସମଲେଶ୍ୱରୀ ଅପେରା କୀର୍ତ୍ତିବନ୍ତ ମେହେରଙ୍କ ସହିତ ଶହ ଶହ କଳାକାର ଯୋଗ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ