Masthead

ମିଳିଲାନି ଆଶ୍ୱସ୍ତି, 4 ଦିନ ବଢିଲା କେଜ୍ରିଓ୍ବାଲଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି । ଏପ୍ରିଲ ୧ ତାରିଖ ଯାଏଁ ବଢିଲା ଇଡି ରିମାଣ୍ଡ ଅବଧି । ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ କେଜ୍ରିଓ୍ବାଲଙ୍କୁ ୨ୟ ପର୍ଯ୍ୟାୟ ରିମାଣ୍ଡରେ ନେଇଛି ଇଡି । ୨୧ ତାରିଖରେ ଗିରଫ ହେବା ପରେ ୨୨ରେ ତାଙ୍କୁ ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୬ଦିନ ଅର୍ଥାତ ୨୮ ତାରିଖ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ପଠାଇଥିଲେ କୋର୍ଟ । ଗତକାଲି ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବା ପରେ ପୁଣି ତାଙ୍କୁ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଇଥିଲା କେନ୍ଦ୍ରୀୟ ସଂସ୍ଥା । ଅଧିକ ଜେରାର ଆବଶ୍ୟକତା ଦର୍ଶାଇ ପୁଣି ୭ଦିନ ରିମାଣ୍ଡ ଆବେଦନ କରିଥିଲା ଇଡି ।

୨ୟ ପର୍ଯ୍ୟାୟରେ ତାଙ୍କୁ କୋର୍ଟ ଆଉ ୪ଦିନ ଇଡି ରିମାଣ୍ଡରେ ପଠାଇଛନ୍ତି । ଏବେ ଏପ୍ରିଲ ପହିଲା ପର୍ଯ୍ୟନ୍ତ କେଜ୍ରିଓ୍ବାଲ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଜେରା ହେବେ । ଗୁରୁବାର ଶୁଣାଣି ବେଳେ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତା କେଜ୍ରିଓ୍ବାଲ ମଧ୍ୟ କୋର୍ଟରେ ପହଞ୍ଚିଥିଲେ । କେଜ୍ରିଓ୍ବାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରମେଶ ଗୁପ୍ତା ପକ୍ଷ ରଖିଥିଲେ । ଏହି କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ଉଦ୍ଦେଶ୍ୟମୂଳକ ଓ ରାଜନୈତିକ ଷଡଯନ୍ତ୍ର ବୋଲି ସଲିସେଟର ଜେନେରାଲ ଏସ.ଭି ରାଜୁ ଇଡି ପକ୍ଷରୁ ମାମଲା ପରିଚାଳନା କରି ପ୍ରତିପକ୍ଷଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ । ପ୍ରାଥମିକ ତଦନ୍ତରେ ଦୁର୍ନୀତି ପ୍ରମାଣ ମିଳିବା ପରେ ହିଁ ଗିରଫଦାରୀ ହୋଇଛି ବୋଲି କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ