Masthead

ଅକ୍ଟୋବର ୭ ଯାଏଁ ରିମାଣ୍ଡରେ ରହିବେ ଆର୍ୟନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ଡ୍ରଗ୍ସ ମାମଲାରେ ଗିରିଫ ହୋଇଛନ୍ତି କିଙ୍ଗଖାନଙ୍କ ପୁଅ । ମାତ୍ର ୨୩ ବର୍ଷ ବୟସରେ ଏତେ ବଡ଼ ମାମଲାରେ ଛନ୍ଦି ହୋଇଛନ୍ତି ଆର୍ୟନ ଖାନ । ଆଜି ଆର୍ଯ୍ୟନଙ୍କ ରିମାଣ୍ଡ ସରୁଛି । ହେଲେ ଅକ୍ଟୋବର ୭ ପର୍ଯ୍ୟନ୍ତ ଆର୍ୟନ ରିମାଣ୍ଡରେ ରହିବେ ବୋଲି ସୂଚନା ମିଳିଛି । ଆର୍ୟନଙ୍କ ପାଇଁ ଆଇନଜୀବୀ ସତିଶ ମାନସିଦେ ପକ୍ଷ ରଖିଥିବାର କଥା ସାମ୍ନାକୁ ଆସିଛି । ଏହା ପୂର୍ବରୁ ସତିଶ ମାନସିଦେ ସଲମାନ ଖାନ ଓ ସଞ୍ଜୟ ଦତ୍ତଙ୍କ ଭଳି ପପୁଲାର ବ୍ୟକ୍ତିଙ୍କ କେସ ଲଢିଛନ୍ତି । ଏନସିବିର ତଦନ୍ତରେ ଆର୍ୟନ ସହଯୋଗ ମଧ୍ୟ କରିଛନ୍ତି ।

ସେପଟେ ଆର୍ୟନଙ୍କ ସାଙ୍ଗ ପାଖରୁ ୬ ଗ୍ରାମ ଚରସ ମିଳିଥିଲା । ହେଲେ ଆର୍ୟନଙ୍କ ପାଖରୁ କୌଣସି ଡ୍ରଗ୍ସ ମିଳିନଥିଲା । କିନ୍ତୁ ତାଙ୍କ ଫୋନରୁ ଏନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଅନ୍ୟପଟେ ଆର୍ଯ୍ୟନ ଏନସିବି ଆଗରେ ସବୁକିଛି ସତ ମାନି ନେଇଛନ୍ତି । ଏପରିକି ଏନସିବିର ଜେରା ସମୟରେ ନିଜ କୋହକୁ ସମ୍ଭାଳି ନପାରି ଆର୍ଯ୍ୟନ କାନ୍ଦି ପକାଇଥିଲେ । ଗତ ୪ ବର୍ଷ ହେଲା ଲଗାତାର ଡ୍ରଗ୍ସ ନେଉଥିବା କଥା ସ୍ୱୀକାର କରିଛନ୍ତି । କେବଳ ଏତିକି ନୁହେଁ ବରଂ ଗିରଫ ହେବା ପରେ ଏନସିବି ଶାହାରୁଖଙ୍କୁ ତାଙ୍କ ପୁଅ ସହ କଥା କରେଇଥିଲେ । ଉଭୟ ପାଖାପାଖି ୨ ମିନିଟ କଥା ହୋଇଥିବା ଜଣାପଡିଛି । ଗତ ଶନିବାର ରେଭ ପାର୍ଟିରୁ ଧରାପଡିଥିବା ଆର୍ଯ୍ୟନଙ୍କୁ ରବିବାର ୧୨ ଘଣ୍ଟା ଜେରା ପରେ ଏନସିବି ତାଙ୍କୁ ଗିରଫ କରିଥିଲା । ଚଢାଉବେଳେ ପ୍ରାୟ ୬୦୦ରୁ ଅଧିକ ଲୋକ ଏହି ଜାହାଜ ଉପରେ ଥିଲେ ।

ଏହି ମାମଲାରେ ଏନସିବି ୮ ଜଣଙ୍କୁ ଗିରଫ କରିଛି । ସେଥିମଧ୍ୟରୁ ୩ ଜଣଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଅନ୍ୟ ୫ ଜଣଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ପରେ କୋର୍ଟ ତାଙ୍କୁ ଗୋଟିଏ ଦିନ ପାଇଁ ଏନସିବି ହେପାଜତକୁ ପଠାଇଥିଲା । ମାମଲାରେ ପୋଲିସ ଆର୍ଯ୍ୟନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମସ୍ତଙ୍କ ଫୋନ ଜବତ କରିବା ସହ ଫୋନର ମେସେଜ ଖୋଳାତାଡ କରିଛି । ଖୋଳାତାଡ ସମୟରେ ଡ୍ରଗ୍ସ ସେଲର ଓ ପେଡେଲରଙ୍କ ସହ ଲିଙ୍କରେ ଥିବା କଥା ସାମ୍ନାକୁ ଆସିଛି । ଏନସିବି ଉଭୟ ଆର୍ଯ୍ୟନ ଓ ଅରବାଜଙ୍କୁ ମୁହାଁମୁହିଁ ବସାଇ ଜେରା କରିଥିଲେ । ଏହା ସହ ଗତକାଲିର ଚଢାଉ ପରେ ଏନସିବି ବିପୁଳ ପରିମାଣର ଡ୍ରଗ୍ସ ଜବତ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି