Masthead

ଡିସେମ୍ବର ୧୪ ସୁଦ୍ଧା ଚୂଡାନ୍ତ ଭୋଟର ତାଲ୍ଲିକା ପ୍ରକାଶ ପାଇବ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ)  ଆସନ୍ତା ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ତା ପୂର୍ବରୁ ଡିସେମ୍ବର ୧୪ ତାରିଖ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିଯିବ । ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନଭେମ୍ବର ୧୬ ତାରିଖରେ ସବୁ ପଞ୍ଚାୟତ ସଦର ମହାକୁମରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଯିବ ।

ଯଦି କୌଣସି ଆପତ୍ତି ଅଭିଯୋଗ ଥାଏ ତେବେ ୨୩ ତାରିଖ ସୁଦ୍ଧା ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର ଆପତ୍ତି ଅଭିଯୋଗ ଗୁଡିକର ଦତନ୍ତ କରି ଏହାର ସମାଧାନ କରାଯିବ । ତେବେ ଚିଠା ଭୋଟର ତାଲିକା ନିରୀକ୍ଷଣ ଓ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସରଙ୍କ ନିଷ୍ପତ୍ତିରେ କୌଣସି ବ୍ୟକ୍ତି ଅସନ୍ତୁଷ୍ଟ ହେଲେ ବିଡିଓଙ୍କୁ ଦରଖାସ୍ତ ପ୍ରଦାନ କରିପାରିବେ । ନଭେମ୍ବର ୨୯ରୁ ୩୦ ତାରିଖ ଭିତରେ ବିଡିଓଙ୍କୁ ଏ ନେଇ ଦରଖାସ୍ତ ଦେଇପାରିବେ । ଡିସେମ୍ବର ୧ ରୁ ୨ ତାରିଖ ଭିତରେ ବିଡିଓ ଦରଖାସ୍ତ ଗୁଡିକର ଫଇସଲା କରିବେ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ