Before Header

ଡିସେମ୍ବର ୧୪ ସୁଦ୍ଧା ଚୂଡାନ୍ତ ଭୋଟର ତାଲ୍ଲିକା ପ୍ରକାଶ ପାଇବ

0 16

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ)  ଆସନ୍ତା ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ତା ପୂର୍ବରୁ ଡିସେମ୍ବର ୧୪ ତାରିଖ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିଯିବ । ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନଭେମ୍ବର ୧୬ ତାରିଖରେ ସବୁ ପଞ୍ଚାୟତ ସଦର ମହାକୁମରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଯିବ ।

ଯଦି କୌଣସି ଆପତ୍ତି ଅଭିଯୋଗ ଥାଏ ତେବେ ୨୩ ତାରିଖ ସୁଦ୍ଧା ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର ଆପତ୍ତି ଅଭିଯୋଗ ଗୁଡିକର ଦତନ୍ତ କରି ଏହାର ସମାଧାନ କରାଯିବ । ତେବେ ଚିଠା ଭୋଟର ତାଲିକା ନିରୀକ୍ଷଣ ଓ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସରଙ୍କ ନିଷ୍ପତ୍ତିରେ କୌଣସି ବ୍ୟକ୍ତି ଅସନ୍ତୁଷ୍ଟ ହେଲେ ବିଡିଓଙ୍କୁ ଦରଖାସ୍ତ ପ୍ରଦାନ କରିପାରିବେ । ନଭେମ୍ବର ୨୯ରୁ ୩୦ ତାରିଖ ଭିତରେ ବିଡିଓଙ୍କୁ ଏ ନେଇ ଦରଖାସ୍ତ ଦେଇପାରିବେ । ଡିସେମ୍ବର ୧ ରୁ ୨ ତାରିଖ ଭିତରେ ବିଡିଓ ଦରଖାସ୍ତ ଗୁଡିକର ଫଇସଲା କରିବେ ।

 

 

Leave A Reply

Your email address will not be published.