Masthead

ଚାରିକାନ୍ଥ ଭିତରେ ଅନୁସୂଚିତ ଜାତି-ଜନଜାତି ଲୋକଙ୍କୁ ଦୁର୍ବ୍ୟବହାର ଏସସି-ଏସଟି ଆଇନ ଅନ୍ତର୍ଭୁକ୍ତ ନୁହେଁ

ନୂଆଦିଲ୍ଲୀ, (ବଡ଼ ଖବର ବ୍ୟୁରୋ): ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଲୋକଙ୍କୁ ଚାରିକାନ୍ଥ ଭିତରେ ଦୁର୍ବ୍ୟବହାର କଲେ ତାହା ଅନୁସୂଚିତ ଜାତି-ଜନଜାତି କ୍ରୂରତା ନିରୋଧ ଆଇନ ୧୯୮୯ର ଅନ୍ତର୍ଭୁକ୍ତ ହେବ ନାହିଁ। ସୁପ୍ରିମକୋର୍ଟ ଆଜି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଜଷ୍ଟିସ ଏଲ ନାଗେଶ୍ୱର ରାଓ, ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଅଜୟ ରଷ୍ଟୋଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଏକ ମାମଲା ସୁପ୍ରିମକୋର୍ଟରେ ପଞ୍ଜୀକୃତ ହୋଇଥିଲା।

ଏଥିରେ ଦର୍ଶାଯାଇଥିଲା ଯେ ଅଭିଯୁକ୍ତ ଜଣକ ଜଣେ ଅନୁସୂଚିତ ଜାତି/ଜନଜାତି ବର୍ଗର ବ୍ୟକ୍ତିଙ୍କ ଘରେ ବେଆଇନ ଭାବେ ପଶି ତାଙ୍କୁ ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିଲେ। ତାଙ୍କୁ ଜାତିଗତ ଆକ୍ଷେପ କରି ବିଭିନ୍ନ ଗାଳିଗୁଲଜ କରିଥିଲେ। ଯଦି ସର୍ବସାଧାରଣ ସ୍ଥାନରେ ଗାଳିଗୁଲଜ କରିଥାନ୍ତେ ତେବେ ଏହି ମାମଲା ଅନୁସୂଚିତ ଜାତି-ଜନଜାତି କ୍ରୂରତା ନିରୋଧ ଆଇନ ୧୯୮୯ର ଅନ୍ତର୍ଭୁକ୍ତ ହୋଇଥାନ୍ତା।

ଯେହେତୁ ଅଭିଯୁକ୍ତ ଚାରିକାନ୍ଥ ଭିତରେ ଦୁର୍ବ୍ୟବହାର କିମ୍ବା ଜାତିଗତ ଆକ୍ଷେପ କରିଛନ୍ତି ଏବଂ କୌଣସି ବ୍ୟକ୍ତି ଏହା ଶୁଣିନାହାନ୍ତି କିମ୍ବା ଦେଖି ମଧ୍ୟ ନାହାନ୍ତି ତେଣୁ ଏହାକୁ ଉକ୍ତ ଆଇନର ଅନ୍ତର୍ଭୁକ୍ତ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ରାୟରେ ଶୁଣାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ..