Masthead

ବିରୋଧୀଙ୍କ ସଂସଦ ମାର୍ଚ୍ଚ, ବିଜେପି କହିଲା ବିରୋଧୀଙ୍କ ପାଇଁ ଧୋଇଗଲା ପୂରା ଅଧିବେଶନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗୃହରେ ହଙ୍ଗାମା କାରଣରୁ ଲୋକସଭା ଓ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ଜୁଲାଇ ୧୯ରେ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ହେବାର ଥିଲା । କିନ୍ତୁ ୨ ଦିନ ଆଗରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯାଇଛି ଗୃହକୁ । ଯାହାକୁ ନେଇ ବର୍ତ୍ତମାନ ବିରୋଧ ତେଜିଛି । ବିରୋଧୀ ଦଳମାନେ ଏହାକୁ ବିରୋଧ କରି ବିକ୍ଷୋଭ ଯାତ୍ରା କରିଛନ୍ତି ।

ରାହୁଲଗାନ୍ଧିଙ୍କ ସମେତ ଅନେକ ବଡ଼ ବଡ଼ ନେତା ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । ଏହି ବିକ୍ଷୋଭ ସମୟରେ ରାହୁଲ ଗାନ୍ଧି କହିଛନ୍ତି ବିରୋଧୀଙ୍କୁ ସଂସଦରେ କହିବାକୁ ସୁଯୋଗ ଦିଆଯାଉନି । ସେ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ଆଜି ଆମେ ସମସ୍ତେ ମିଳିତ ଭାବେ ମିଡିଆ ସହ କଥା ହେବାକୁ ଆସିଛୁ । କାରଣ ବିରୋଧୀଙ୍କୁ ସଂସଦରେ କଥା କହିବାକୁ ସୁଯୋଗ ଦିଆଯାଉନି । ଏହା ଗଣତନ୍ତ୍ରର ହତ୍ୟା । ଏପରିକି ଦେଶର ୬୦% ଲୋକ ଜାଣିଛନ୍ତି ଯେ, ସଂସଦର ଅଧିବେଶନ ହୋଇନାହିଁ, ୬୦% ଲୋକଙ୍କ ସ୍ୱରକୁ ଚାପି ଦିଆଯାଇଛି । ଏପରିକି ରାଜ୍ୟସଭାରେ ଶାରିରୀକ ଆଘାତ ମଧ୍ୟ ଦିଆଯାଇଛି ।

ରାଜ୍ୟସଭାରେ ମହିଳା ସାଂସଦଙ୍କୁ ଆକ୍ରମଣ କରାଯାଇଛି । ଯାହାକି ଗଣତନ୍ତ୍ର ବିରୋଧୀ । ଆମକୁ ଏପରି ଲାଗୁଛି ଯେପରି ଆମେ ପାକିସ୍ତାନ ସୀମାରେ ଛିଡ଼ା ହୋଇଛୁ । ସେପଟେ ବିରୋଧୀଙ୍କ ଏହି ବିକ୍ଷୋଭକୁ ସମାଲୋଚନା କରିଛି ବିଜେପି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳର ନେତାମାନେ ଯେଉଁଭଳି ଭାବେ ରାସ୍ତାରେ ବିକ୍ଷୋଭ କରୁଛନ୍ତି, ତାହା ଦୁର୍ଭାଗ୍ୟଜନକ। ଗଣତନ୍ତ୍ରର ମୁଣ୍ଡ ଆଜି ଲଜ୍ଜାରେ ନଇଁ ଯାଉଛି। ବିରୋଧୀଙ୍କ ଆଚରଣ ଦେଖି କେବଳ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ କାନ୍ଦି ନାହାନ୍ତି, ବରଂ ପୂରା ଗଣତନ୍ତ୍ର କାନ୍ଦୁଛି। ବିରୋଧୀଙ୍କ ପାଇଁ ପୂରା ସଂସଦର ଅଧିବେଶନ ଧୋଇଗଲା ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା