Masthead

ଅଶ୍ୱିନ୍ ଦେଲେ ଅନ୍ତିମ ଚେତାବନୀ : ପରେ ମୋତେ ଦେଷ ଦେବ ନାହିଁ

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଗତକାଲି ଆଇପିଏଲର ୧୯ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଶ୍ରେୟାସ୍ ଆୟରଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ । ମ୍ୟାଚକୁ ଦିଲ୍ଲୀ ୫୯ ରନରେ ବାଙ୍ଗାଲୋରକୁ ପରାସ୍ତ କରିଥିଲା । ମ୍ୟାଚରେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଥିଲେ ଅଶ୍ୱିନ୍ । ଅଶ୍ୱିନ୍ ବୋଲିଂ କରିବା ସମୟରେ ବାଙ୍ଗାଲୋରର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଆରୋନ ଫିଞ୍ଚ ନନ୍ ଷ୍ଟ୍ରାଇକରରେ ଥିଲେ । ସେ ବୋଲିଂ କରିବା ପୂର୍ବରୁ ଫିଞ୍ଚ ନନ୍ ଷ୍ଟ୍ରାଇକର କ୍ର୍ରିଜର ଆଗକୁ ପଳାଇଥିଲେ । ଅଶ୍ୱିନ୍ ଫିଞ୍ଚଙ୍କୁ ରନ ଆଉଟ(ମଙ୍କେଡ଼ିଂ)ନ କରି ଚେତାବନୀ ଦେଇଥିଲେ ।

୨୦୧୯ ଆଇପିଏଲରେ ପଞ୍ଜାବ ଓ ରାଜସ୍ଥାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ପଞ୍ଜାବ ଅଧିନାୟକ ଥିବା ଅଶ୍ୱିନ୍ ରାଜସ୍ଥାନ ବ୍ୟାଟ୍ସମ୍ୟାନ ଜସ୍ ବଟଲରଙ୍କୁ ମଙ୍କେଡ଼ିଂ କରି ଆଉଟ କରିଥିଲେ ।ଏହି ଘଟଣା ପରେ ଅଶ୍ୱିନଙ୍କ ଉପରେ ବହୁ କ୍ରୀଡ଼ାବିତ୍ ପ୍ରଶ୍ନ ମଧ୍ୟ ଉଠାଇଥିଲେ । ଚଳିତ ବର୍ଷ ମଧ୍ୟ ଠିକୁ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କିନ୍ତୁ ଆଉଟ ନକରି ଚେତାବନୀ ଦେଇଥିଲେ । ମ୍ୟାଚ ପରେ ଅଶ୍ୱିନ୍ ଟ୍ୱୁଟ୍ କରି କହିଛନ୍ତି କି ଏହା ୨୦୨୦ ପାଇଁ ପ୍ରଥମ ଏବଂ ଅନ୍ତିମ ଚେତାବନୀ । ମୁଁ ଏହାକୁ ଅଫିସିଆଲ୍ କରୁଛି ଏବଂ ପରେ ମୋତେ କେହି ଦୋଷ ଦେବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ