Masthead

ମିଶନ ୟୁପି: ମୋଦିଙ୍କ ଗଡ଼ରେ ପ୍ରିୟଙ୍କା

ବାରଣାସୀ(ବଡ଼ ଖବର ବ୍ୟୁରୋ): ଆସନ୍ତାବର୍ଷ ହେବ ୟୁପିରେ ବିଧାନସଭା ନିର୍ବାଚନ । ଦେଶର ସବୁଠାରୁ ବଡ଼ ରାଜ୍ୟର ନିର୍ବାଚନକୁ ନେଇ ଏବେ ଜାତୀୟ ରାଜନୀତି ବି ସରଗରମ । ବିଭିନ୍ନ ପ୍ରସଙ୍ଗକୁ ନେଇ ଯୋଗୀ ସରକାରକୁ ଟାର୍ଗେଟ କରୁଛନ୍ତି ବିରୋଧୀ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଗଡ଼ ବାରଣାସୀରୁ ନିର୍ବାଚନୀ ବିଗୁଲ ଫୁଙ୍କିଛନ୍ତି । ବାରଣାସୀରେ ପହଞ୍ଚି ପ୍ରିୟଙ୍କା ଗୋଟିଏ ପରେ ଗୋଟିଏ ମନ୍ଦିର ଦର୍ଶନ କରୁଛନ୍ତି ।

ପ୍ରଥମେ ବାବା ବିଶ୍ୱନାଥ ମନ୍ଦିର ଓ ମା’ ଅନ୍ନପୂର୍ଣ୍ଣା, ତାପରେ ଦୁର୍ଗା ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିରରୁ ବାହାରି ଗଣମାଧ୍ୟମ ସହ କଥା ହୋଇ ପ୍ରିୟଙ୍କା କହିଛନ୍ତି ଯେ କାଶୀ ବିଶ୍ୱନାଥ ଦର୍ଶନର ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ। ବିଶ୍ୱନାଥଙ୍କ ପ୍ରତି ତାଙ୍କର ଆସ୍ଥା ରହିଛି। ସେ ଯେବେ ବି ବାରାଣାସୀ ଆସନ୍ତି ବିଶ୍ୱନାଥଙ୍କ ଦର୍ଶନ ପାଇଁ ନିଶ୍ଚୟ ଆସନ୍ତି ବୋଲି କହିଛନ୍ତି।

ଏହାପରେ ପ୍ରିୟଙ୍କା ରୋହନୀୟା ସ୍ଥିତ ଜଗତପୁର ଇଣ୍ଟର କଲେଜ ମଇଦାନରେ ଆୟୋଜିତ କୃଷକ ନ୍ୟାୟ ରାଲିକୁ ସମ୍ବୋଧିତ କରିବାକୁ ପହଞ୍ଚିଛନ୍ତି। କିଛି ସମୟ ପରେ ତାଙ୍କର ସମ୍ବୋଧନ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ପ୍ରିୟଙ୍କାଙ୍କୁ ବାରାଣାସୀ ବିମାନବନ୍ଦରରେ କାର୍ୟ୍ୟକର୍ତ୍ତା ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ ଓ ବିଧାୟକ ଦଳ ନେତା ଆରାଧନା ମିଶ୍ର ପ୍ରିୟଙ୍କାଙ୍କୁ ସ୍ୱାଗତ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି