Masthead

ଦିବ୍ୟାଙ୍ଗଙ୍କୁ ଭୁଲିଗଲା ପ୍ରଶାସନ

ସାଲେପୁର (ବଡ଼ ଖବର ବ୍ୟୁରୋ): ଜନମଙ୍ଗଳ ରାଷ୍ଟ୍ରରେ ଆଇନ ସମସ୍ତଙ୍କ ପାଇଁ ସମାନ । କିନ୍ତୁ ଜଣେ ଦିବ୍ୟାଙ୍ଗ ବୃଦ୍ଧ ପକ୍କାଘର ଖଣ୍ଡେ ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କଲେବି କେହି ଶୁଣୁନାହାନ୍ତି । ସତେ ଯେପରି ପ୍ରଶାସନ ଓ ରାଜନେତାଙ୍କ ସଲାସୁତରାରେ ବଳିପଡିଯାଉଛନ୍ତି ଏହି ଅସହାୟ ବ୍ୟକ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ମଧ୍ୟକଛ ପଂଚାୟତ ବାରଗୋଡ଼ିଆ ଦଳେଇସାହିରୁ।

ପାଲ ପଡ଼ିଥିବା ଘରେ ରୁହନ୍ତି ଧ୍ରୁଵଙ୍କ ପରିବାର। ଘରକୁ ଦେଖିଲେ ସରକାର ଥିବାଭଳି ମନେହେଉ ନାହିଁ । ଏହି ନୁଆଁଣିଆ ଘରେ ପରିବାର ସହ ଜୀବନ କାଟୁଛନ୍ତି ଦିବ୍ୟାଙ୍ଗ ଧ୍ରୁଵ। ଆଉ ଧ୍ରୁଵଙ୍କ ତିନିଚାକିଆ ସାଇକେଲ ହେଉଛି ଏକମାତ୍ର ସାଥୀ । ଧ୍ରୁଵ ଚା’ ବିକି ପରିବାର ଚଳାନ୍ତି । ଘରକାମ ସାରି ତାଙ୍କୁ ଚା’ ଦୋକାନରେ ସାହାଯ୍ୟ କରନ୍ତି ତାଙ୍କ ସ୍ତ୍ରୀ । ପଡ଼ୋଶୀମାନେ ମଧ୍ୟ ଏହି ଦମ୍ପତିଙ୍କୁ କେବେ ଅବହେଳା କରିବାର କେହି ଦେଖିନାହାନ୍ତି । ରହିବାପାଇଁ ଧ୍ରୁଵଙ୍କୁ ତୁରନ୍ତ ପକ୍କାଘର ଖଣ୍ଡେ ଯୋଗାଇ ଦେବାକୁ ଦାବି କରିଛନ୍ତି ପଡ଼ୋଶୀ। ସରପଞ୍ଚ କହିଛନ୍ତି, ଖୁବଶୀଘ୍ର ଧ୍ରୁବ ପାଇବେ ପକ୍କାଘର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା