Before Header

ଭାଙ୍ଗିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ତିନି ଭାଇଭଉଣୀ

0 286

କୃଷ୍ଣପ୍ରସାଦ (ବଡ଼ ଖବର ବ୍ୟୁରୋ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକରେ ଲଘୁଚାପଜନିତ ବର୍ଷା ଲାଗିରହିଛି । ବର୍ଷା ପ୍ରଭାବରେ ଗୋମୁଣ୍ଡିଆ ପାଇକସାହିର ମଙ୍ଗୁଳି ନାୟକ ଓ ଅନନ୍ତ ନାୟକଙ୍କ ଘରର କାନ୍ଥ ଭୁଶୁଡି ପଡିଛି । ଘର ଭିତରେ ଦୁଇଭଉଣୀ ଜଣେ ସାନଭାଇ ଫସି ରହିଥିଲେ । ପରେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ସେହିପରି ବଡ଼ଝାଡ଼ ଗାଁରେ ଦୁଇଟି ପରିବାରର ଘରର କାନ୍ଥ ଭୁଶୁଡି ପଡିଛି । ତହସିଲ କାର୍ୟ୍ୟାଳୟ ତରଫରୁ କୌଣସି କର୍ମଚାରୀ ପହଁଚି ନଥିବା ବିପନ୍ନଙ୍କ ପରିବାର କହିଛନ୍ତି । ସେମାନେ ଏବେ ଖୋଲା ଆକାଶ ତଳେ ପଡି ରହିଛନ୍ତି ।

Leave A Reply

Your email address will not be published.