Masthead

ଚାଉଳ ଜୀବନର ଶସ୍ୟ: ରାଷ୍ଟ୍ରପତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚାଉଳ ଉତ୍ପାଦନ ଅର୍ଥନୀତିକୁ ସମୃଦ୍ଧ କରିଛି । ଏନଆରଆରଆଇ କାର୍ଯ୍ୟକ୍ରମରେ ଯୋଗ ଦେଇ ମତ ରଖିଛନ୍ତି ରାଷ୍ଟ୍ରପତି । ଅଭିଭାଷଣ ରଖି ରାଷ୍ଟ୍ରପତି କହିଛନ୍ତି ଚାଉଳ ଉତ୍ପାଦନ ଦେଶର ଅର୍ଥନୀତିକୁ ସମୃଦ୍ଧ କରିଛି । ସେହିପରି ଧାନ ଅମଳ ପାଇଁ ଅଧିକ ସାର ବଦଳରେ ଇକୋ ଫ୍ରେଣ୍ଡଲି ଚାଷକୁ ଗୁରୁତ୍ୱ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସର୍ବାଧିକ ଧାନ ଉତ୍ପାଦନ କରି ଭାରତ ଅନ୍ୟ ଦେଶକୁ ଖାଦ୍ୟ ଯୋଗାଉଛି । ଚାଉଳ ଜୀବନର ଶସ୍ୟ ।

ଧାନ ପାଇଁ ଅନୁକୂଳ ପରିବେଶ ରହିବା ଆବଶ୍ୟକ । ଜଳବାୟୁ ପରିବର୍ତ୍ତନ କୃଷ କାର୍ୟ୍ୟରେ ବାଧା ସୃଷ୍ଟି କରିଛି । ପ୍ରାକୃତିକ ବିପର୍ୟ୍ୟସ୍ତ ଧାନ ଉତ୍ପାଦନରେ ବାଧକ ସାଜିଛି । ଏଭଳି ପରିସ୍ଥିତି ବୈଜ୍ଞାନିକମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଅମଳ ପାଇଁ ଅଧିକ ମାତ୍ରାରେ ସାର ପ୍ରୟୋଗ କରିବା ଦ୍ୱାରା ମାଟିର ମାନ ନଷ୍ଟ ହେଉଛି । ଇକୋ ଫ୍ରେଣ୍ଡଲି ଧାନ ପାଇଁ ବୈଜ୍ଞାନିକଙ୍କ ଉଦ୍ୟମ ଲୋଡା । ଆମ ବୈଜ୍ଞାନିକମାନେ ଏଥିପାଇଁ କାର୍ୟ୍ୟ କରିବେ ବୋଲି ମୋର ଆଶା । ଯୁବ ବୈଜ୍ଞାନିକମାନଙ୍କୁ ଦେଖି ମୁଁ ବହୁତ ଖୁସି । ଖାଦ୍ୟ ସୁରକ୍ଷାରେ ଧାନର ଭୂମିକା କ’ଣ ସମସ୍ତଙ୍କୁ ଜଣା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ