ଚାଉଳ ଜୀବନର ଶସ୍ୟ: ରାଷ୍ଟ୍ରପତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚାଉଳ ଉତ୍ପାଦନ ଅର୍ଥନୀତିକୁ ସମୃଦ୍ଧ କରିଛି । ଏନଆରଆରଆଇ କାର୍ଯ୍ୟକ୍ରମରେ ଯୋଗ ଦେଇ ମତ ରଖିଛନ୍ତି ରାଷ୍ଟ୍ରପତି । ଅଭିଭାଷଣ ରଖି ରାଷ୍ଟ୍ରପତି କହିଛନ୍ତି ଚାଉଳ ଉତ୍ପାଦନ ଦେଶର ଅର୍ଥନୀତିକୁ ସମୃଦ୍ଧ କରିଛି । ସେହିପରି ଧାନ ଅମଳ ପାଇଁ ଅଧିକ ସାର ବଦଳରେ ଇକୋ ଫ୍ରେଣ୍ଡଲି ଚାଷକୁ ଗୁରୁତ୍ୱ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସର୍ବାଧିକ ଧାନ ଉତ୍ପାଦନ କରି ଭାରତ ଅନ୍ୟ ଦେଶକୁ ଖାଦ୍ୟ ଯୋଗାଉଛି । ଚାଉଳ ଜୀବନର ଶସ୍ୟ ।

ଧାନ ପାଇଁ ଅନୁକୂଳ ପରିବେଶ ରହିବା ଆବଶ୍ୟକ । ଜଳବାୟୁ ପରିବର୍ତ୍ତନ କୃଷ କାର୍ୟ୍ୟରେ ବାଧା ସୃଷ୍ଟି କରିଛି । ପ୍ରାକୃତିକ ବିପର୍ୟ୍ୟସ୍ତ ଧାନ ଉତ୍ପାଦନରେ ବାଧକ ସାଜିଛି । ଏଭଳି ପରିସ୍ଥିତି ବୈଜ୍ଞାନିକମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଅମଳ ପାଇଁ ଅଧିକ ମାତ୍ରାରେ ସାର ପ୍ରୟୋଗ କରିବା ଦ୍ୱାରା ମାଟିର ମାନ ନଷ୍ଟ ହେଉଛି । ଇକୋ ଫ୍ରେଣ୍ଡଲି ଧାନ ପାଇଁ ବୈଜ୍ଞାନିକଙ୍କ ଉଦ୍ୟମ ଲୋଡା । ଆମ ବୈଜ୍ଞାନିକମାନେ ଏଥିପାଇଁ କାର୍ୟ୍ୟ କରିବେ ବୋଲି ମୋର ଆଶା । ଯୁବ ବୈଜ୍ଞାନିକମାନଙ୍କୁ ଦେଖି ମୁଁ ବହୁତ ଖୁସି । ଖାଦ୍ୟ ସୁରକ୍ଷାରେ ଧାନର ଭୂମିକା କ’ଣ ସମସ୍ତଙ୍କୁ ଜଣା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ