Masthead

ପୂର୍ବତନ ମନ୍ତ୍ରୀଙ୍କ ଘରୁ କଳାକନା ବୁଲାଇଲେ ଚୋର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ କଳାକନା ବୁଲାଇଲେ ଚୋର। ନୟାପଲ୍ଲୀ ଭିଆଇପି କଲୋନୀ ସ୍ଥିତ ବାସଭବନରୁ ଲୁଟ୍‌ । ଆଲମିରା ଲକର୍‌ ତାଡ଼ି ଲୁଟି ନେଲେ ୫୦ ଲକ୍ଷ ଟଙ୍କାର ସୁନା ଗହଣା । ଘରେ କେହି ନଥିବା ବେଳେ ଲୁଟ୍ ହୋଇଥିବା ସୂଚନା । ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସର ତଦନ୍ତ ଜାରି । ତେବେଗତକାଲି ରାତିରେ ଏହି ଡକାୟତି ହୋଇଛି ।

ମିଳିଥିବା ସୂଚନାନୁସାରେ, ଉପର ମହଲା ରହୁଥିବା ପୁଅ ବୋହୁଙ୍କ ଘରୁ ଲୁଟ ହୋଇଛି । ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ନେଇଯାଇଛନ୍ତି ର୍ଦୁବୃତ୍ତ । ସିସିଟିଭିରେ ଚୋରଙ୍କ ଗତିବିଧି କଏଦ ହୋଇଛି । ପାଚେରୀ ଡେଇଁ ଘରେ ଚୋର ପଶିଥିଲେ । ଚୋର ଏତେ ଚାଲାକ ଯେ, ଘରର ଭିତର ସିସିଟିଭିକୁ ବୁଲାଇ ଦେଇଥିଲେ । ଏହି ଚୋରି ପ୍ରଫେସନାଲ ଢଙ୍ଗରେ ହୋଇଥିବା ନେଇ ସନ୍ଦେହ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ