Masthead

ବର ୬୫କୁ କନ୍ୟା ୫୬

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭଲ ଲାଗୁନି ଆଉ ନିସଙ୍ଗ ଜୀବନ । ଜୀବନ ସାଥୀ ନଥିଲେ ଅବଶିଷ୍ଟ ଜୀବନ ଫିକା । ଆମେ କହୁଛୁ ୬୫ବର୍ଷ ବୟସର ବର ଓ ୫୬ବର୍ଷର କନ୍ୟାଙ୍କ ଅନ୍ତରର କଥା । ଏହା ଆପଣଙ୍କୁ ବିଶ୍ୱାସ ହୋଇନପାରେ, କିନ୍ତୁ ସତ । ପଢନ୍ତୁ ପୂରା ଖବର । ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ଚଳିତ ବର୍ଷ ଜୁନରେ ତାଙ୍କ ପତ୍ନୀ ମୀନାକ୍ଷୀ ସାଲଭେଙ୍କଠାରୁ ଆଇନଗତ ଭାବରେ ଅଲଗା ହୋଇଥିଲେ। ଏହି ଦମ୍ପତି ୩୮ ବର୍ଷ ବୈବାହିକ ଜୀବନ ବିତାଇ ସାରିଛନ୍ତି । ସେମାନଙ୍କର ୨ ଝିଅ ଅଛନ୍ତି ।

ସ୍ତ୍ରୀ ମୀନାକ୍ଷୀଙ୍କଠାରୁ ଅଲଗା ହେବା ପରେ ସାଲଭେ ଏକୁଟିଆ ହୋଇଯାଇଛନ୍ତି । ନିସଙ୍ଗ ଜୀବନରେ ରଙ୍ଗ ଭରି ଦେବା ପାଇଁ ସେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ସେ ଚଳିତମାସ ୨୮ ତାରିଖରେ ତାଙ୍କର ଦ୍ୱିତୀୟ ବିବାହ ଅନୁଷ୍ଠିତ ହେବ । ଲଣ୍ଡନରେ ରହୁଥିବା କଳାକାର କାରୋଲାଇନ୍ ବ୍ରୋସର୍ଡଙ୍କୁ ସେ ଦ୍ୱିତୀୟ ପତ୍ନୀ ଭାବେ ବିବାହ କରିବାକୁ ଯାଉଛନ୍ତି । ବର୍ତ୍ତମାନ ସାଲଭେଙ୍କ ବୟସ ୬୫ ଏବଂ ତାଙ୍କ ଭାବୀ ସ୍ତ୍ରୀ ବ୍ରୋସର୍ଡଙ୍କ ବୟସ ୫୬ । ଗୋଟିଏ ଝିଅ ଥିବା ବ୍ରୋସର୍ଡଙ୍କ ଏହା ମଧ୍ୟ ଦ୍ୱିତୀୟ ବିବାହ ।

ଏକ କଳା ପ୍ରଦର୍ଶନୀରେ ସାଲଭେ ବ୍ରୋସାର୍ଡଙ୍କୁ ଭେଟିଥିଲେ। ଉଭୟେ ପ୍ରାୟ ଏକବର୍ଷ ଧରି ପରସ୍ପରକୁ ଜାଣିଛନ୍ତି । ବିବାହ ସମାରୋହ ସମ୍ପର୍କରେ ସାଲଭେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ବହୁତ ନିରାଡମ୍ବରରେ କରାଯିବ। ଏହି ବିବାହରେ ମାତ୍ର ୧୫ ଜଣ ଅତିଥି ଯୋଗଦେବେ। ଦେଶର ସବୁଠାରୁ ଦାମୀ ଓକିଲମାନଙ୍କ ମଧ୍ୟରୁ ହରିଶ ସାଲଭେ ଅନ୍ୟତମ। ସେ ପାକିସ୍ତାନ ଜେଲରେ ଥିବା କୁଲଭୂଷଣ ଯାଦବ ମାମଲା ପାଇଁ ଭାରତ ପକ୍ଷରୁ ଅନ୍ତର୍ଜାତୀୟ କୋର୍ଟ (ଆଇସିଜେ) ରେ ନିବେଦନ କରିଛନ୍ତି। ସେ ଭୋଡାଫୋନ୍, ଆଇଟିସି ଭଳି କମ୍ପାନୀ ସହିତ ମୁକେଶ ଅମ୍ବାନୀ ଏବଂ ରତନ ଟାଟାଙ୍କ ଭଳି ସେଲିବ୍ରିଟିଙ୍କ ମାମଲା ମଧ୍ୟ ଲଢିଛନ୍ତି। ଜାନୁଆରୀରେ ସେ ଇଂଲଣ୍ଡ ଏବଂ ୱେଲ୍ସର କୁଇନ୍ସ କାଉନସିଲକୁ ନିର୍ବାଚିତ ହୋଇଥିଲେ। ଲଣ୍ଡନରେ ରହୁଥିବା ସାଲଭେ ଡିଜିଟାଲ ମାଧ୍ୟମରେ ଭାରତରେ ଓକିଲାତି କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ