ବନ୍ଦ ହେବ ‘ଦ କପିଲ ଶର୍ମା ସୋ’

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଟେଲିଭିଜନ ଦୁନିଆରେ କମେଡି କିଙ୍ଗ ଭାବେ ପ୍ରସିଦ୍ଧି ଲାଭ କରିଥିବା କପିଲ ଶର୍ମା ଏବେ ପୁଣି ଟେଲିଭିଜନ ଦୁନିଆକୁ କହିବେ ବାଏ ବାଏ । ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦ କପିଲ ଶର୍ମା ସୋ’ ବନ୍ଦ ହେବାକୁ ଯ।ଉଛି । ଏହି ସୋ’ର ଫାନ୍ସ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଅଛନ୍ତି । ଏହାର ପ୍ରତିଟି ସିଜନରେ ସେଲିବ୍ରେଟି ଆସିଥାନ୍ତି । ସେଟରେ ଖୁବ ମସ୍ତି ହୋଇଥାଏ । ଏହା ଏକ ପପୁଲାର ସୋ’ ଭାବେ ଏର୍ପ୍ୟନ୍ତ ଟେଲିଭିଜନ ଦୁନିଆରେ ରାଜ କରୁଛି । ହେଲେ ଏବେ ଏହି ସୋ’ କୁ ନେଇ ନୂଆ ଅପ୍ଡେଟ ଆସିଛି । ଏହି ସୋ’ ବହୁଶୀଘ୍ର ବନ୍ଦ ହେବାକୁ ଯ।ଉଛି । ଯାହା ଅଗଣିତ ଫାନ୍ସମାନଙ୍କୁ ଏକ ବଡ ଝଟକା ଦେବ ।

ଗଣମାଧ୍ୟମ ସଂସ୍ଥାର ସୂଚନାନୁଯାୟୀ, ମେକର୍ସମାନେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ମଧ୍ୟ କପିଲ ଶର୍ମା ସୋ’ ଅନେକ ଥର ବନ୍ଦ ହୋଇ ପୁନର୍ବାର ଆରମ୍ଭ ହୋଇଛି । ମେକର୍ସଙ୍କ କହିବାନୁଯାୟୀ, ଏହି ସୋ’କୁ ଏକ ନୂଆ ଢଙ୍ଗରେ ଦର୍ଶକଙ୍କ ସାମ୍ନାକୁ ଆଣିବେ । ନୂଆ ସିଜନରେ ନୂଆ କ୍ୟାରେକ୍ଟରମାନଙ୍କୁ ମଧ୍ୟ ସାମିଲ କରାଯିବ । ତେବେ ଏହି ସୋ’ରେ କପିଲ ଶର୍ମା ବ୍ୟତୀତ କିକୁ ଶାରଦା, କୃଷ୍ଣା ଅଭିଷେକ, ଭାରତୀ ସିଂ ଓ ସୁମୋନା ଚକ୍ରବର୍ତ୍ତୀ ଆଦି କଳାକାର ନଜର ଆସିବେ । ଏହା ସହ ସୋ’ର ଜର୍ଜ ଭାବେ ଅର୍ଚ୍ଚନା ପୁରନ ସିଂ ନଜର ଆସିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ