ଅମରିବୁଦାରେ ନବଜାତକୁ ଖାଇଲା ନେଉଳ

ବାରଙ୍ଗ (ବଡ଼ ଖବର ବ୍ୟୁରୋ): ଶିଶୁପୁତ୍ର ହେଲା ଅଲୋଡା। ଜନ୍ମ ଦେଇ ମା’ ଛାଡ଼ିଚାଲିଗଲା ବୁଦା ମୂଳରେ । ଖାଇଗଲେ ଜନ୍ତୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ଉପକଣ୍ଠ କଳାରାହାଙ୍ଗ ଗ୍ରାମରେ । ଘଟଣା ମୁତାବକ ନେଉଳ ଖାଉଥିବI ଅବସ୍ଥାରେ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କଲେ ଗ୍ରାମବାସୀ । ଆଜି ଭୁବନେଶ୍ବର ଉପକଣ୍ଠ କଳାରାହାଙ୍ଗ ଗ୍ରାମ ଜଳେଶ୍ବର ମନ୍ଦିର ପୋଖରୀ ହୁଡାରେ ଥିବା ଏକ ଅମରୀ ବୁଦାରେ କେହି ଜଣେ ମହିଳା ନିଜର ନବଜାତ ପୂତ୍ରକୁ ଛାଡି ଚାଲି ଯାଇଥିଲେ । ଏହି ଛୁଆକୁ ନେଉଳ କାମୁଡି କାମୁଡି ରକ୍ତାକ୍ତ କରିଦେଇ ଥିଲା ।

ଯାହାଫଳ ରେ ଛୁଆ ଟି ଯନ୍ତ୍ରଣା ପାଇ କାନ୍ଦୁଥିଲା ବେଳେ ଗ୍ରାମର କିଛି ଯୁବକ ଏହି ଶବ୍ଦ ଶୁଣିପାରି ଛୁଆକୁ ଉଦ୍ଧାର କରିଥିଲେ । ପରେ ପୋଲିସକୁ ଅଂଚଳବାସୀ ଫୋନ କରିଥିଲେ । ପୋଲିସ ଏବେ ଏହି ଛୁଆଟିକୁ ଆହତ ଅବସ୍ଥାରେ କଟକ ଶିଶୁଭବନରେ ଚିକିତ୍ସା ପାଇଁ ଭର୍ତିି କରାଯାଇଛି ।  ପିଲାଟିର ମୁହଁ ସମ୍ପୂର୍ଣ ଖଣ୍ଡିଆ ଖାବରା ହୋଇ ଗୋଟିଏ ଆଖି ନଷ୍ଟ ହୋଇଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ