Masthead

ଅମରିବୁଦାରେ ନବଜାତକୁ ଖାଇଲା ନେଉଳ

ବାରଙ୍ଗ (ବଡ଼ ଖବର ବ୍ୟୁରୋ): ଶିଶୁପୁତ୍ର ହେଲା ଅଲୋଡା। ଜନ୍ମ ଦେଇ ମା’ ଛାଡ଼ିଚାଲିଗଲା ବୁଦା ମୂଳରେ । ଖାଇଗଲେ ଜନ୍ତୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ଉପକଣ୍ଠ କଳାରାହାଙ୍ଗ ଗ୍ରାମରେ । ଘଟଣା ମୁତାବକ ନେଉଳ ଖାଉଥିବI ଅବସ୍ଥାରେ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କଲେ ଗ୍ରାମବାସୀ । ଆଜି ଭୁବନେଶ୍ବର ଉପକଣ୍ଠ କଳାରାହାଙ୍ଗ ଗ୍ରାମ ଜଳେଶ୍ବର ମନ୍ଦିର ପୋଖରୀ ହୁଡାରେ ଥିବା ଏକ ଅମରୀ ବୁଦାରେ କେହି ଜଣେ ମହିଳା ନିଜର ନବଜାତ ପୂତ୍ରକୁ ଛାଡି ଚାଲି ଯାଇଥିଲେ । ଏହି ଛୁଆକୁ ନେଉଳ କାମୁଡି କାମୁଡି ରକ୍ତାକ୍ତ କରିଦେଇ ଥିଲା ।

ଯାହାଫଳ ରେ ଛୁଆ ଟି ଯନ୍ତ୍ରଣା ପାଇ କାନ୍ଦୁଥିଲା ବେଳେ ଗ୍ରାମର କିଛି ଯୁବକ ଏହି ଶବ୍ଦ ଶୁଣିପାରି ଛୁଆକୁ ଉଦ୍ଧାର କରିଥିଲେ । ପରେ ପୋଲିସକୁ ଅଂଚଳବାସୀ ଫୋନ କରିଥିଲେ । ପୋଲିସ ଏବେ ଏହି ଛୁଆଟିକୁ ଆହତ ଅବସ୍ଥାରେ କଟକ ଶିଶୁଭବନରେ ଚିକିତ୍ସା ପାଇଁ ଭର୍ତିି କରାଯାଇଛି ।  ପିଲାଟିର ମୁହଁ ସମ୍ପୂର୍ଣ ଖଣ୍ଡିଆ ଖାବରା ହୋଇ ଗୋଟିଏ ଆଖି ନଷ୍ଟ ହୋଇଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ