Masthead

ଅଣ୍ଟାସଳଖି ପାରିନି ଅଧା ଓଡ଼ିଶା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବି ମନେ ପଡ଼େ ସେହି କରାଳ ଦୃଶ୍ୟ । ଭାବିଲେ ଛାତି ଥରିଯାଏ । ଲୋମ ଟାଙ୍କୁରି ଉଠେ । ମେ ୩, ୨୦୧୯ । ସବୁଦିନ ପରି ସେଦିନର ସକାଳ ବି ଥିଲା ସ୍ୱାଭାବିକ । କିନ୍ତୁ କେହି ଭାବିନଥିଲେ ଏତେ ଭୟଙ୍କର ହେବ ସକାଳ । ଝଡ ପୂର୍ବର ନୀରବତା ଏତେ ଭୟଙ୍କର ହୋଇପାରେ, ତାର ପରିକଳ୍ପନା କେହି ବି କରିନଥିଲେ । । ଧୀରେ ଧୀରେ ପବନ ବହିବା ଆରମ୍ଭ ହୋଇଥିଲା । ଆଉ କିଛି କ୍ଷଣ ମଧ୍ୟରେ ପ୍ରକୃତି ସବୁ ଛାରଖାର କରିଦେଇଥିଲା ।

ଭୟଙ୍କର ରୂପ ନେଇ ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ମାଡ଼ି ଆସିଲ  ଫନି। ପ୍ରାୟ ୨୦୦ କିଲୋମିଟର ବେଗରେ ମାଡ଼ି ଆସିଥିଲା ସାମୁଦ୍ରିକ ଝଡ । ପ୍ରକୃତିର ଏମିତି ତାଣ୍ଡବ ବୋଧହୁଏ ଆଗରୁ କେବେ ଦେଖିନଥିଲା ଓଡ଼ିଶା । ଆଶା ଆଶଙ୍କା ଭିତରେ ପୁରୀ ଚନ୍ଦ୍ରଭାଗାରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ଫୋନି । ସ୍ଥଳଭାଗ ଛୁଇଁବା ପରେ ବିକଟାଳ ଗର୍ଜନ କରି ମାଡି ଆସିଲା ପବନ । ପାଖାପାଖି ୨୦୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । କେଇ ଘଂଟା ମଧ୍ୟରେ ବଦଳିଯାଇଥିଲା ଅଧା ଓଡ଼ିଶାର ରୂପ । ପାଖାପାଖି ୩ରୁ ୪ ଘଂଟା ଧରି ତାଣ୍ଡବ ରଚିଥିଲା ପ୍ରକୃତି । ଉଜାଡି ଦେଲା ହଜାର ହଜାର ଲୋକଙ୍କ ଜୀବନ ଜୀବିକା ।

ଫନି ଚାଲିଗଲା ପରେ ସାଙ୍ଗରେ ନେଇଯାଇଥିଲା ବଞ୍ଚିବାର ରାହା । କେତେ ଯେ କ୍ଷୟକ୍ଷତି ହେଲା ତାହା ଆକଳନ କରି ହୋଇନଥିଲା । ଓଡ଼ିଶାର ମେରୁଦଣ୍ଡକୁ ଏମିତି ଭାଙ୍ଗିଦେଇଥିଲାଯେ ଠିଆ ହେବା ପାଇଁ ବହୁତ ଦିନ ଲାଗିଯାଇଥିଲା । ହଜାର ହଜାର ଘର ମାଟିରେ ମିଶିଯାଇଥିଲା । ଉଜୁଡି ଯାଇଥିଲା ଶହ ଶହ ଲୋକଙ୍କ ହସଖୁସିର ସଂସାର । ବାତ୍ୟା ଫନିକୁ ଆଜି ୨ ବର୍ଷ ପୂରିଛି । ହେଲେ ୨ ବର୍ଷ ତଳର ଅପାସୋରା ସ୍ମୃତି ଆଜି ବି ଜୀବନ୍ତ ଓ ସତେଜ ହୋଇ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି