Masthead

ବାଇକ ଉପରେ ଚଢିଗଲା ଟ୍ରଲର

ଆଠଗଡ଼ (ବଡ ଖବର ବ୍ୟୁରୋ): ୫୫ ନମ୍ବର ଜାତୀୟ ରାଜପଥ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ନୁଖରା ଛକ ନିକଟରେ ଟ୍ରଲର ବାଇକ ଉପରେ ଚଢିଯାଇଛି । ବାଇକ ଆରୋହୀଙ୍କର ଘଟଣାସ୍ତଳରେ ମୃତ୍ୟୁ ହୋଇଛି । ଗତକାଲି ଅପରାହ୍ନରେ ଢେଙ୍କାନାଳରୁ ମଙ୍ଗୁଳି ଯାଉଥିବା ଟ୍ରଲର ଖୁଣ୍ଟୁଣୀରୁ ଢେଙ୍କାନାଳ ଯାଉଥିବା ଏକ ବାଇକ ଉପରେ ଚଢିଯାଇଥିଲା । ଫଳରେ ବାଇକ ଆରୋହୀ ଗୁରୁତର ହୋଇ ରାସ୍ତା ଉପରେ ପଡି ଛଟପଟ ହେଉଥିଲେ । ଖବର ପାଇ ଖୁଣ୍ଟୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ସହାୟତାରେ ଆଠଗଡ ଡାକ୍ତରଖାନାରେ ଭର୍ତ୍ତୀ କରିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ଗଁଦିଆଁ ବ୍ଲକ ଟଭାପାଳ ଗ୍ରାମର ସୁବଳ ମହାଳିକଙ୍କ ପୁଅ ଶ୍ରୀକାନ୍ତ ମହାଳିକ । ଦୁର୍ଘଟଣା ଘଟାଇଥିବା ଟ୍ରଲର ଓ ଡ୍ରାଇଭରକୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି। ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ